GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

World No Tobacco Day Awareness Quiz-2025 (Odia)

Start Date : 22 May 2025, 12:00 pm
End Date : 31 Oct 2025, 11:45 pm
Closed
Quiz Closed

About Quiz

31 ମେ 2025 ରେ ଦେଶବ୍ୟାପୀ  ବିଶ୍ୱ ତମାଖୁ ବର୍ଜନ ଦିବସ  (WNTD) ପାଳନ ଅବସରରେ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ମାଇଁଗଭ୍ ସହଭାଗିତାରେ ଏକ ଅନଲାଇନ ତମାଖୁ ସଚେତନତା କୁଇଜ୍ ଆରମ୍ଭ କରୁଛି ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସ୍କୁଲ/କଲେଜ ଛାତ୍ରମାନଙ୍କ ମଧ୍ୟରେ ତମାଖୁର କ୍ଷତିକାରକ ପ୍ରଭାବ ଏବଂ ତମାଖୁ ଓ ନିକୋଟିନ୍ ଉଦ୍ୟୋଗ ଦ୍ୱାରା ବ୍ୟବହୃତ ହେଉଥିବା ବିଭ୍ରାନ୍ତିକର ମାର୍କେଟିଂ ରଣନୀତିଗୁଡ଼ିକ ବିଷୟରେ ସଚେତନତାକୁ ବୃଦ୍ଧି କରିବା ଯାହା  WNTD 2025 ଥିମ୍  : ”  ଅପିଲ୍‌ର ଅନାବରଣ: ତମାଖୁ ଓ ନିକୋଟିନ୍ ଉତ୍ପାଦ ଉପରେ ଇଣ୍ଡଷ୍ଟ୍ରି କୌଶଳର ପର୍ଦ୍ଦାଫାଶ  ” ସହ ସମନ୍ୱିତ ହେବ ।

 ପରିତୋଷ:   
ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣର ମାନପତ୍ର ପ୍ରଦାନ କରାଯିବ । 

Terms and Conditions

ନିୟମ ଓ ସର୍ତ୍ତାବଳୀ

1.    କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଖୋଲା ରହିଛି।

2.    ପ୍ରତିଯୋଗୀ ‘ପ୍ଲେ କୁଇଜ୍’ରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ। 

3.    କୁଇଜ୍‌କୁ ମାଇଁଗଭ୍‌ର କୁଇଜ୍ ପୋର୍ଟାଲରେ ହୋଷ୍ଟ କରାଯାଏ । 

4.    ସମାନ ପ୍ରତିଯୋଗୀଙ୍କ ଠାରୁ ଏକାଧିକ ଏଣ୍ଟ୍ରି ଗ୍ରହଣ କରାଯିବ ନାହିଁ।

5.    ଏହା ଏକ ସମୟବଦ୍ଧ ପ୍ରଶ୍ନପତ୍ର: 10 ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କ ପାଖରେ 300 ସେକେଣ୍ଡ ସମୟ ରହିବ ।

6.    କୁଇଜ୍‌ରେ ଅଂଶଗ୍ରହଣ ସମୟରେ କୌଣସି ଅନ୍ୟାୟ/ବିକୃତ ଉପାୟ/ଅପବ୍ୟବହାରର ଆବିଷ୍କାର/ଚିହ୍ନଟ/ନିରୀକ୍ଷଣ ହେଲେ, ଯେଉଁଥିରେ ନକଲି, ଏକାଧିକ ଅଂଶଗ୍ରହଣ ଇତ୍ୟାଦି ଅନ୍ତର୍ଭୁକ୍ତ କିନ୍ତୁ ସିମୀତ ନୁହେଁ, ତେବେ ଅଂଶଗ୍ରହଣକୁ ଅବୈଧ ଘୋଷଣା କରାଯିବ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯିବ। କୁଇଜ୍ ପ୍ରତିଯୋଗିତାର ଆୟୋଜକ କିମ୍ବା ସେମାନଙ୍କ ପକ୍ଷରୁ କାର୍ଯ୍ୟ କରୁଥିବା କୌଣସି ଏଜେନ୍ସି ଏହି ସମ୍ବନ୍ଧରେ ଅଧିକାର ସୁରକ୍ଷିତ ରଖନ୍ତି ।

7.    କୁଇଜ୍ ଆୟୋଜକମାନଙ୍କ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସଂମୃକ୍ତ ଥିବା କର୍ମଚାରୀମାନେ କୁଇଜ୍‌ରେ ଭାଗ ନେବା ପାଇଁ ଯୋଗ୍ୟ ନୁହଁନ୍ତି । ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ । 

8.    ଅପ୍ରତ୍ୟାଶିତ ପରିସ୍ଥିତିରେ ଆୟୋଜକମାନେ ଯେକୌଣସି ସମୟରେ ପ୍ରତିଯୋଗିତାର ନିୟମାବଳୀରେ ସଂଶୋଧନ କରିବା କିମ୍ବା ବିଚାର ଅନୁସାରେ ପ୍ରତିଯୋଗିତାକୁ ବାତିଲ କରିବାର ଅଧିକାର ସୁରକ୍ଷିତ ରଖନ୍ତି ।

9.    ଆୟୋଜକମାନେ ସେହି ଏଣ୍ଟ୍ରିଗୁଡ଼ିକ ପାଇଁ କୌଣସି ଉତ୍ତରଦାୟିତ୍ୱ ଗ୍ରହଣ କରିବେ ନାହିଁ ଯାହା ହଜିଯାଇଛି, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ ଅଛି କିମ୍ବା କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅନ୍ୟ କୌଣସି ତ୍ରୁଟି ଯୋଗୁଁ ସଞ୍ଚାରିତ ହୋଇନାହିଁ । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ।

10. କୁଇଜ୍‌ରେ ଆୟୋଜକ ମାନଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ହେବ ଏବଂ ସର୍ବମାନ୍ୟ ହେବ ଏବଂ ଏନେଇ କୌଣସି ପତ୍ରାଚାର କରାଯିବ ନାହିଁ । 

11. ସମସ୍ତ ବିବାଦ/ ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ରରେ ରହିଛି । ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ

12. କୁଇଜ୍‌ରେ ଅଂଶଗ୍ରହଣ କରି ପ୍ରତିଯୋଗୀମାନେ କୁଇଜ୍ ପ୍ରତିଯୋଗିତାର ସମସ୍ତ ସର୍ତ୍ତ ଓ ନିୟମାବଳୀକୁ ପାଳନ କରିବେ, ଯେଉଁଥିରେ ସମସ୍ତ ପ୍ରକାର ସଂଶୋଧନ କିମ୍ବା ଅଭିଷ୍ୟତରେ ହେବାକୁ ଥିବା ଅପଡେଟ୍ ସାମିଲ୍ ରହିଛି ।

13. ପରବର୍ତ୍ତୀ ସମୟରେ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ ।