GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment

Viksit Bharat 2025 Quiz (Odia)

Start Date : 5 Jun 2025, 8:00 am
End Date : 9 Jul 2025, 11:45 pm
Closed
Quiz Banner
  • 11 Questions
  • 330 Seconds
Login to Play Quiz

About Quiz

ଭାରତ ସୁଶାସନର ତଥା ପରିବର୍ତ୍ତନର 11 ବର୍ଷ ପାଳନ କରୁଥିବା ବେଳେ, ଏହି ମୁହୂର୍ତ୍ତ କେବଳ ଏକ ମାଇଲଖୁଣ୍ଟ ନୁହେଁ — ଏହା ଏକ ବିକଶିତ ଭାରତ ନିର୍ମାଣ ଦିଗରେ ରାଷ୍ଟ୍ରର ଉଲ୍ଲେଖନୀୟ ଯାତ୍ରାର ଉତ୍ସବ। ଗତ ଦଶନ୍ଧି ମଧ୍ୟରେ, ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଜାତୀୟ ସୁରକ୍ଷା, ଏବଂ ସାମାଜିକ କଳ୍ୟାଣ ଭଳି କ୍ଷେତ୍ରରେ ପ୍ରମୁଖ ସଂସ୍କାର ତଥା ପଦକ୍ଷେପ ମାନ ଆରମ୍ଭ କରିଛନ୍ତି — ଯାହାର ଲକ୍ଷ୍ୟ ହେଉଛି ଏକ ଆତ୍ମ ନିର୍ଭର ଓ ସଶକ୍ତ ରାଷ୍ଟ୍ର ନିର୍ମାଣ କରିବା। 

ମାଇଁଗଭ୍ ସମସ୍ତ ନାଗରିକଙ୍କୁ ବିକଶିତ ଭାରତ 2025 କୁଇଜ୍‌ରେ ଅଂଶ ଗ୍ରହଣ କରି ଭାରତର ବିକାଶ ଯାତ୍ରା ବିଷୟରେ ନିଜର ଜ୍ଞାନ ଓ ବୁଝାମଣାକୁ ପରୀକ୍ଷା କରିବାକୁ ଆମନ୍ତ୍ରଣ କରିଛି। ଏହି କ୍ବିଜ୍ ଗୋଟିଏ ସାଧାରଣ ଜନତାର ସଚେତନତା ବୃଦ୍ଧି କରିବା ଏବଂ ଭାରତର ଭବିଷ୍ୟତ୍ ଗଢ଼ିବା ପାଇଁ ସମ୍ବିଧାନ କରୁଥିବା ସଂଘଟିତ ସଫଳତାକୁ ଉଲ୍ଲେଖ କରିବା ଲକ୍ଷ୍ୟରେ ଅଟୁଛି। 

ପରିତୋଷ: 

1. କୁଇଜ୍‌ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ₹ 1,00,000/- ନଗଦ ପୁରସ୍କାର ପ୍ରଦାନ କରାଯିବ 

2. ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ₹ 75,000/- ପୁରସ୍କାର ରାଶି ପ୍ରଦାନ କରାଯିବ 

3. ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ₹ 50,000/- ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ 

4. ପରବର୍ତ୍ତୀ ଶ୍ରେଷ୍ଠ 100 ଜଣ ପ୍ରତିଯୋଗୀଙ୍କୁ ₹ 2,000/- ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ । 

5.ଏହା ସହିତ, ପରବର୍ତ୍ତୀ ଶ୍ରେଷ୍ଠ 200 ପ୍ରତିଯୋଗୀଙ୍କୁ ₹ 1,000/- ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ। 

6. ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପାଇଁ ଏକ ଡିଜିଟାଲ୍ ମାନପତ୍ର ପ୍ରଦାନ କରାଯିବ। 

 

Terms and Conditions

1. କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ । 

2. ପ୍ରତିଯୋଗୀ ‘ପ୍ଲେ କୁଇଜ୍’ ଉପରେ କ୍ଲିକ୍ କରିବା ସଙ୍ଗେ ସଙ୍ଗେ କୁଇଜ୍ ଆରମ୍ଭ ହେବ। 

3. ଏହା ଏକ ସମୟବଦ୍ଧ କୁଇଜ୍ ଯେଉଁଥିରେ 330 ସେକେଣ୍ଡ ମଧ୍ୟରେ 11 ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏଥିରେ ନେଗେଟିଭ୍ ମାର୍କିଂ ରହିବ ନାହିଁ। 

4. ପରବର୍ତ୍ତୀ ଯୋଗାଯୋଗ ପାଇଁ ପ୍ରତିଯୋଗୀମାନେ ନିଜ ମାଇଁଗଭ୍ ପ୍ରଫାଇଲ୍ ଅପଡେଟ୍ କରିବା ସୁନିଶ୍ଚିତ କରନ୍ତୁ । ଏକ ଅପୂର୍ଣ୍ଣ ପ୍ରୋଫାଇଲ୍ ବିଜେତା ହେବା ପାଇଁ ଯୋଗ୍ୟ ହେବ ନାହିଁ। 

5. ଜଣେ ୟୁଜର କେବଳ ଗୋଟିଏ ଏଣ୍ଟ୍ରି କରିପାରିବେ ଏବଂ ଏଣ୍ଟ୍ରି ଦାଖଲ ହେବାପରେ ପ୍ରତ୍ୟାହାର କରାଯାଇପାରିବ ନାହିଁ । ସମାନ ପ୍ରତିଯୋଗୀ/ଇମେଲ୍ id/ମୋବାଇଲ୍ ନମ୍ୱରରୁ ଏକାଧିକ ଏଣ୍ଟ୍ରି ଗ୍ରହଣ କରାଯିବ ନାହିଁ। 

6. ମାଇଁଗଭ୍‌ କର୍ମଚାରୀ କିମ୍ବା କୁଇଜ୍ ହୋଷ୍ଟିଂ ସହିତ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଜଡ଼ିତ କର୍ମଚାରୀମାନେ କୁଇଜ୍‌ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହେବେ ନାହିଁ । ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ । 

7. ଅଧିକ ଅଂଶଗ୍ରହଣ ଏବଂ ନିରପେକ୍ଷତା ପାଇଁ, ଗୋଟିଏ ପରିବାରୁ ଜଣେ ମାତ୍ର ବିଜେତା ପୁରସ୍କାର ପାଇଁ ଯୋଗ୍ୟ ହେବେ।  

8. ଯଦି କୌଣସି ପ୍ରତିଯୋଗୀଙ୍କ ଅଂଶଗ୍ରହଣ କୁଇଜ୍ ପାଇଁ କ୍ଷତିକାରକ ମନେ କରନ୍ତି, ତେବେ ମାଇଁଗଭ ସେମାନଙ୍କର ଅଂଶଗ୍ରହଣକୁ ଅଯୋଗ୍ୟ କିମ୍ବା ପ୍ରତ୍ୟାଖ୍ୟାନ କରିବାର ସମସ୍ତ ଅଧିକାର ସଂରକ୍ଷିତ ରଖିଥାଏ। ଯଦି ପ୍ରାପ୍ତ ହୋଇଥିବା ସୂଚନା ଅସ୍ପଷ୍ଟ, ଅସଂପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହେଲେ ଅଂଶଗ୍ରହଣକୁ ରଦ୍ଦ କରାଯିବ। 

9. ହଜିଯାଇଥିବା, ବିଳମ୍ବରେ ପ୍ରାପ୍ତ କିମ୍ବା ଅସମ୍ପୂର୍ଣ୍ଣ ଥିବା କିମ୍ବା କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅନ୍ୟ କୌଣସି ତ୍ରୁଟି ଯୋଗୁଁ ପ୍ରାପ୍ତ ହୋଇନଥିବା ଏଣ୍ଟ୍ରିଗୁଡ଼ିକ ପାଇଁ ଆୟୋଜକମାନେ କୌଣସି ଦାୟିତ୍ୱ ଗ୍ରହଣ କରିବେ ନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ। 

10. ଅପ୍ରତ୍ୟାଶିତ ପରିସ୍ଥିତିରେ, ମାଇଁଗଭ୍‌ ଯେକୌଣସି ସମୟରେ ପ୍ରତିଯୋଗିତାର ସର୍ତ୍ତାବଳୀରେ ସଂଶୋଧନ କରିବା କିମ୍ବା ନିଜର ବିବେକ ଅନୁଯାୟୀ ପ୍ରତିଯୋଗିତାକୁ ବାତିଲ କରିବାର ଅଧିକାର ସଂରକ୍ଷିତ ରଖିଥାଏ । ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ଓ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି। ପ୍ରତିଯୋଗୀମାନେ ସମସ୍ତ ଅପଡେଟ୍ ପାଇଁ ୱେବସାଇଟ୍ ଯାଞ୍ଚ କରିବେ ବୋଲି ଆଶା କରାଯାଉଛି। 

11. କୁଇଜ୍‌ ବିଷୟରେ ମାଇଁଗଭ୍‌ର ନିଷ୍ପତ୍ତି ଚୂଡାନ୍ତ ଓ ସର୍ବମାନ୍ୟ ହେବ, ଏବଂ ଏହା ବିଷୟରେ କୌଣସି ପତ୍ର ବିନିମୟ କରାଯିବ ନାହିଁ । 

12. ସମସ୍ତ ବିବାଦ / ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ର ଅଧୀନରେ ରହିଛି। ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ  

13. କୁଇଜ୍‌ରେ ଅଂଶଗ୍ରହଣ କରି, ପ୍ରତିଯୋଗୀମାନେ କୁଇଜ୍ ପ୍ରତିଯୋଗିତାର ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ମାନ୍ୟ କରିବେ ଯେଉଁଥିରେ କୌଣସି ପରିବର୍ତ୍ତନ କିମ୍ବା ଅଧିକ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ। 

14. ପରବର୍ତ୍ତୀ ସମୟରେ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ ।