ବିକଶିତ ଭାରତ କ୍ୱିଜ୍ 2026, ଭାରତର ଭବିଷ୍ୟତ ଗଠନ କରୁଥିବା ଯୁବପିଢ଼ିଙ୍କୁ ସାମିଲ କରିବା ପାଇଁ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ (VBYLD) 2026 ଅଧୀନରେ ଏକ ଦେଶବ୍ୟାପୀ ପଦକ୍ଷେପ। ଏହି କ୍ୱିଜ୍ ଦେଶର ବିଭିନ୍ନ ଦିଗ ଏବଂ ବିକଶିତ ଭାରତ ଦିଗରେ ଥିବା ଦୃଷ୍ଟିକୋଣ ଉପରେ ଜ୍ଞାନ ପରୀକ୍ଷା କରେ। ଏହାର ଲକ୍ଷ୍ୟ ହେଉଛି କୌତୁହଳ ସୃଷ୍ଟି କରିବା, ସୂଚନାଭିତ୍ତିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା। ବିଜେତାମାନେ ପ୍ରବନ୍ଧ, ଉପସ୍ଥାପନା ଇତ୍ୟାଦି ରାଉଣ୍ଡକୁ ଅଗ୍ରସର ହେବେ, ଯେଉଁଠାରେ ସେମାନେ ନିଜର ଧାରଣା ବାଣ୍ଟିବା, ନେତୃତ୍ୱ ପ୍ରଦର୍ଶନ କରିବା ଏବଂ ବିକଶିତ ଭାରତ @2047ର ଦୃଷ୍ଟିକୋଣରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାର ସୁଯୋଗ ପାଇବେ।
ପୁରସ୍କାର-
ଶ୍ରେଷ୍ଠ 10,000 ବିଜେତା ମାଗଣାରେ ମାଇଁ ଭାରତ ଗୁଡିଜ୍ ପାଇବେ।
ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପାଇଁ ଇ-ପ୍ରମାଣପତ୍ର ମିଳିବ।
1. କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଖୋଲା ରହିଛି।
2. ଅଂଶଗ୍ରହଣ କରିବା ପାଇଁ କୌଣସି ପ୍ରବେଶ ଶୁଳ୍କ ଆବଶ୍ୟକ ନାହିଁ।
3. ପ୍ରତିଯୋଗୀ ‘ପ୍ଲେ କୁଇଜ୍’ରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ।
4. କ୍ୱିଜରେ ବହୁ-ବିକଳ୍ପ ପ୍ରଶ୍ନ ରହିଛି, ଏବଂ ପ୍ରତ୍ୟେକ ପ୍ରଶ୍ନର ଅନେକ ବିକଳ୍ପ ଅଛି, ଯେଉଁଥିରେ କେବଳ ଗୋଟିଏ ସଠିକ୍ ଉତ୍ତର ରହିଛି।
5. ସମାନ ପ୍ରତିଯୋଗୀଙ୍କ ଠାରୁ ଏକାଧିକ ଏଣ୍ଟ୍ରି ଗ୍ରହଣ କରାଯିବ ନାହିଁ।
6. ଏହି କ୍ୱିଜ୍ ସମସ୍ତ ପଞ୍ଜୀକୃତ ଉପଭୋକ୍ତାଙ୍କ ପାଇଁ ଖୋଲା, କିନ୍ତୁ କେବଳ 15-29 ବର୍ଷ ବୟସର ଯୁବପିଢ଼ି (1 ସେପ୍ଟେମ୍ବର, 2025 ସୁଦ୍ଧା) ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ବିବେଚିତ ହେବେ।
7. ଏହା ଏକ ସମୟ-ସୀମିତ କ୍ୱିଜ୍: ଆପଣଙ୍କୁ 20ଟି ପ୍ରଶ୍ନର ଉତ୍ତର ଦେବା ପାଇଁ 600 ସେକେଣ୍ଡ ମିଳିବ।
8. ଶ୍ରେଷ୍ଠ ସ୍କୋରର୍ମାନଙ୍କ ମଧ୍ୟରୁ ଏକ କମ୍ପ୍ୟୁଟର-ଆଧାରିତ ଲଟେରୀ ସିଷ୍ଟମ୍ ମାଧ୍ୟମରେ ବିଜେତାମାନଙ୍କୁ ଚୟନ କରାଯିବ।
9. ଥରେ ଏଣ୍ଟ୍ରି ଦାଖଲ ହେବା ପରେ ଏହାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ।
10. ଅପ୍ରତ୍ୟାଶିତ ପରିସ୍ଥିତିରେ ଆୟୋଜକମାନେ ଯେକୌଣସି ସମୟରେ ପ୍ରତିଯୋଗିତାର ନିୟମାବଳୀରେ ସଂଶୋଧନ କରିବା କିମ୍ବା ବିଚାର ଅନୁସାରେ ପ୍ରତିଯୋଗିତାକୁ ବାତିଲ କରିବାର ଅଧିକାର ସୁରକ୍ଷିତ ରଖନ୍ତି
11. ପ୍ରତିଯୋଗୀମାନେ କୌଣସି ସଂଶୋଧନ କିମ୍ବା ପରବର୍ତ୍ତୀ ଅପଡେଟ୍ ସମେତ କୁଇଜ୍ ପ୍ରତିଯୋଗିତାର ସମସ୍ତ ସର୍ତ୍ତାବଳୀ ପାଳନ କରିବେ।
12. କୁଇଜ୍ରେ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସର୍ବମାନ୍ୟ ହେବ ଏବଂ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟୀକରଣ ଲିଖିତ ଭାବେ ଦିଆଯିବ ନାହିଁ।
13. ସମସ୍ତ ବିବାଦ/ ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ରରେ ରହିଛି ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ
14. ଆୟୋଜକମାନେ ସେହି ଏଣ୍ଟ୍ରିଗୁଡ଼ିକ ପାଇଁ କୌଣସି ଉତ୍ତରଦାୟିତ୍ୱ ଗ୍ରହଣ କରିବେ ନାହିଁ ଯାହା ହଜିଯାଇଛି, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ ଅଛି କିମ୍ବା କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅନ୍ୟ କୌଣସି ତ୍ରୁଟି ଯୋଗୁଁ ସଞ୍ଚାରିତ ହୋଇନାହିଁ ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ।
15. ପରବର୍ତ୍ତୀ ସମୟରେ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ