GOVERNMENT OF INDIA

Sardar Unity Trinity Quiz – Swabhimani Bharat (Odia)

Start Date : 1 Jan 2024, 9:00 am
End Date : 31 Jan 2024, 11:30 pm
Closed View Result
Quiz Closed

About Quiz

 

ଲୌହମାନବକୁହାଯାଉଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯିଏକି ଭାରତୀୟ ସଙ୍ଘରେ ଦେଶୀୟ ରାଜ୍ୟଗୁଡ଼ିକର ଶାନ୍ତିପୂର୍ଣ୍ଣ ଏକୀକରଣ ଏବଂ ଭାରତର ରାଜନୈତିକ ଏକୀକରଣରେ ମୁଖ୍ୟ ଭିମିକା ଗ୍ରହଣ କରିଥିଲେ।

 

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନ, ଆଦର୍ଶ ଏବଂ ଉପଲବ୍ଧିକୁ ପାଳନ କରିବା ପାଇଁ ଦେଶବ୍ୟାପୀ ସର୍ଦ୍ଦାର ୟୁନିଟି ଟ୍ରିନିଟି କୁଇଜ ମାଇଁଗଭ୍ ପ୍ଲାଟଫର୍ମରେ ଆୟୋଜନ କରାଯାଉଛି।

 

ଏହି କୁଇଜର ଉଦ୍ଦେଶ୍ୟ ହେଉଛି ଭାରତର ଯୁବବର୍ଗ ଏବଂ ନାଗରିକମାନଙ୍କୁ ସର୍ଦ୍ଦାର ପଟେଲଙ୍କ ସହ ଜଡିତ ସାମାଜିକ ମୂଲ୍ୟବୋଧ, ବିଚାରଧାରା, ନୈତିକତା ସହିତ ପରିଚିତ କରାଇବା ସହିତ ଭାରତ ସରକାରଙ୍କ ଉପଲବ୍ଧି ଏବଂ ଭବିଷ୍ୟତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିବା। ହିନ୍ଦୀ, ଇଂରାଜୀ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ଏହି କୁଇଜ୍ ଉପଲବ୍ଧ।

 

ଏହି କୁଇଜରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଏକ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯିବ ଯାହାକୁ ଡାଉନ୍‌ଲୋଡ୍ କରିହେବ। ଏହି କୁଇଜରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯିବ।

 

ଆସନ୍ତୁ ସମସ୍ତେ ମିଳିମିଶି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଚାରଧାରା, ଦୂରଦୃଷ୍ଟି ଏବଂ ଜୀବନୀକୁ ଉତ୍ସବ ଭାବେ ପାଳନ କରିବା।

 

ଏହି କୁଇଜକୁ ଅନଲାଇନ ଓ ଅଫଲାଇନ 2ଟି ମୋଡ୍‌ରେ ବିଭକ୍ତ କରାଯାଇଛି

 

ସର୍ଦ୍ଦାର ୟୁନିଟି ଟ୍ରିନିଟି କୁଇଜ୍‌ର ଅନଲାଇନ ମୋଡ୍‌କୁ 3ଟି ମଡ୍ୟୁଲରେ ବିଭକ୍ତ କରାଯାଇଛି

 

ମଡ୍ୟୁଲ 1: ସର୍ଦ୍ଦାର ୟୁନିଟି ଟ୍ରିନିଟି କୁଇଜ୍ – ସମର୍ଥ ଭାରତ (31 ଅକ୍ଟୋବର 2023 ରୁ 30 ନଭେମ୍ବର 2023 ପର୍ଯ୍ୟନ୍ତ)

ମଡ୍ୟୁଲ 2: ସର୍ଦ୍ଦାର ୟୁନିଟି ଟ୍ରିନିଟି କୁଇଜ୍ – ସମୃଦ୍ଧ ଭାରତ (ଡିସେମ୍ବର 1 2023 ରୁ ଡିସେମ୍ବର 31 2023 ପର୍ଯ୍ୟନ୍ତ)

ମଡ୍ୟୁଲ 3: ସର୍ଦ୍ଦାର ୟୁନିଟି ଟ୍ରିନିଟି କୁଇଜ୍-ସ୍ୱାଭିମାନୀ ଭାରତ (ଜାନୁଆରୀ 1, 2024 ରୁ ଜାନୁଆରୀ 31, 2024 ପର୍ଯ୍ୟନ୍ତ)

 

ଉପରୋକ୍ତ କ୍ୱିଜ ମଡ୍ୟୁଲରେ ସାରା ଦେଶରୁ 103 ଜଣ ବିଜେତାଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯିବ।

 

 

3 (ତିନି) ଅନଲାଇନ୍ ମଡ୍ୟୁଲ ଶେଷ ହେବା ପରେ ଅଫ୍‌ଲାଇନ୍ ମୋଡ୍ ଆରମ୍ଭ ହେବ।

    ପ୍ରତ୍ୟେକ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରୁ ଶ୍ରେଷ୍ଠ ଚୟନ ହୋଇଥିବା ଅଫଲାଇନ ମୋଡ୍‌ରେ ସାମିଲ ହେବେ।

    ଏହା ନିର୍ଦ୍ଦିଷ୍ଟ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଏକ ଫିଜିକାଲ କୁଇଜ୍ ପ୍ରତିଯୋଗିତା ହେବ

    ଅଫଲାଇନ୍ କୁଇଜ୍‌ର ବିଜେତାଙ୍କୁ ଅଲଗା ଅଲଗା ପୁରସ୍କାର ରାଶି ପ୍ରଦାନ କରାଯିବ

 

ଅଫଲାଇନ ମୋଡ୍ ପାଇଁ ପ୍ରତିଯୋଗୀମାନଙ୍କୁ ନିମ୍ନଲିଖିତ ମାନଦଣ୍ଡ ଆଧାରରେ ଚୟନ କରାଯିବ:

           ଅନଲାଇନ୍ କୁଇଜ୍‌ର ସମସ୍ତ 3ଟି ମଡ୍ୟୁଲରେ ଚୟନ ହୋଇଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିଥିବେ

           ପ୍ରତିଯୋଗୀ ସମସ୍ତ 3ଟି ଅନଲାଇନ୍ କୁଇଜ୍‌ରେ ନିଜ ନିଜ ୟୁଜର ଆଇଡିରେ ଭାଗ ନେବେ

 

ପରିତୋଷ:

          ଅନଲାଇନ କୁଇଜରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ 5,00,000/- ଟଙ୍କା (କେବଳ 5 ଲକ୍ଷ ଟଙ୍କା) ପୁରସ୍କାର ପ୍ରଦାନ କରାଯିବ।

          ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ 3,00,000/- ଟଙ୍କା (କେବଳ ତିନି ଲକ୍ଷ ଟଙ୍କା) ପୁରସ୍କାର ପ୍ରଦାନ କରାଯିବ।

          ତୃତୀୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ 2,00,000/- (କେବଳ ଦୁଇ ଲକ୍ଷ ଟଙ୍କା) ଅର୍ଥରାଶି ସହ ପୁରସ୍କୃତ କରାଯିବ।

          ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପରବର୍ତ୍ତୀ ଶହେ (100) ଜଣଙ୍କୁ 2 ହଜାର ଟଙ୍କା (କେବଳ 2 ହଜାର ଟଙ୍କା) ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ ।

 

Terms and Conditions

1. ଏହି କୁଇଜ୍ ସର୍ଦ୍ଦାର ୟୁନିଟି ଟ୍ରିନିଟି କୁଇଜ୍ ଏକ ଅଂଶବିଶେଷ

2. ସର୍ଦ୍ଦାର ୟୁନିଟି ଟ୍ରିନିଟି କୁଇଜ୍- ସ୍ୱାଭିମାନୀ ଭାରତ 1 ଜାନୁଆରୀ 2024 ରୁ 31 ଜାନୁଆରୀ 2024, ରାତି 11.30 (IST) ପର୍ଯ୍ୟନ୍ତ ଲାଇଭ୍ ରହିବ

3. କୁଇଜ୍‌ରେ ଏଣ୍ଟ୍ରି ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ।

4. 200 ସେକେଣ୍ଡରେ 10ଟି ପ୍ରଶ୍ନର ଉତ୍ତର ଦେବାକୁ ଥିବା ଏହା ହେଉଛି ସମୟାନୁବନ୍ଧୀ କୁଇଜ୍। 

5. କୌଣସି କଠିନ ପ୍ରଶ୍ନକୁ ଏଡ଼ାଇ ଯାଇ ପରବର୍ତ୍ତୀ ସମୟରେ ଫେରି ଆସିପାରନ୍ତି

6. ଏଥିରେ ନେଗେଟିଭ୍ ମାର୍କିଂ ରହିବ ନାହିଁ

7. ଜଣେ ବ୍ୟକ୍ତି ଏହି ମଡ୍ୟୁଲର ଅନ୍ୟ ସମସ୍ତ କୁଇଜ୍‌ରେ ଭାଗ ନେଇପାରିବେ

8. ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡା, ମଲୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭଳି 12ଟି ଭାଷାରେ ଏହି କୁଇଜ୍ ଉପଲବ୍ଧ ହେବ

9. ଜଣେ ପ୍ରତିଯୋଗୀ କେବଳ ଗୋଟିଏ ନିର୍ଦ୍ଦିଷ୍ଟ କୁଇଜରେ ଥରେ ଜିତିବା ପାଇଁ ଯୋଗ୍ୟ ବିବେଚିତ ହେବେ। ଗୋଟିଏ କୁଇଜ୍ ସମୟରେ ଗୋଟିଏ ପ୍ରତିଯୋଗୀଙ୍କ ଠାରୁ ଏକାଧିକ ଏଣ୍ଟ୍ରି ତାଙ୍କୁ ଏକାଧିକ ବିଜୟ ପାଇଁ ଯୋଗ୍ୟ କରିବ ନାହିଁ। 

10. ଏଥିରେ ଆପଣଙ୍କୁ ନିଜର ନାମ, ଇମେଲ୍ ଆଡ୍ରେସ୍, ଟେଲିଫୋନ୍ ନମ୍ବର ଏବଂ ଡାକ ଠିକଣା ଦେବାକୁ ପଡ଼ିବ। ଆପଣଙ୍କର ଯୋଗାଯୋଗ ବିବରଣୀ ଦାଖଲ କରି, ଏହି ବିବରଣୀକୁ କୁଇଜ୍‌ର ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବା ଏବଂ ପ୍ରଚାର ସମ୍ବନ୍ଧିତ ବିଷୟବସ୍ତୁ ଗ୍ରହଣ କରିବା ପାଇଁ ସମ୍ମତି ପ୍ରଦାନ କରିବେ। 

11. ଘୋଷିତ ବିଜେତାମାନଙ୍କୁ ସେମାନଙ୍କ ମାଇଗଭ୍ ପ୍ରୋଫାଇଲରେ ପୁରସ୍କାର ରାଶି ବିତରଣ ପାଇଁ ବ୍ୟାଙ୍କ ବିବରଣୀ ଅପଡେଟ୍ କରିବାକୁ ହେବ । ପୁରସ୍କାର ରାଶି ବିତରଣ ପାଇଁ ମାଇଗଭ୍ ପ୍ରୋଫାଇଲରେ ଥିବା ୟୁଜର ନେମ୍ ବ୍ୟାଙ୍କ ଆକାଉଣ୍ଟରେ ଥିବା ନାମ ସହ ମେଳ ଖାଉଥିବା ଆବଶ୍ୟକ।

12. ସ୍ୱୟଞ୍ଚାଳିତ ପ୍ରକ୍ରିୟା ମାଧ୍ୟମରେ ପ୍ରଶ୍ନ ବ୍ୟାଙ୍କରୁ ଯେକୌଣସି ପ୍ରଶ୍ନ ଚୟନ କରାଯିବ ।

13. ପ୍ରତିଯୋଗୀ ଷ୍ଟାର୍ଟ କୁଇଜ୍ ବଟନ୍ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହୋଇଯିବ

14. ଥରେ ଦାଖଲ କରିବା ପରେ ଏଣ୍ଟ୍ରିକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ

15. ଯଦି ଏହା ଜଣାପଡ଼େ ଯେ ପ୍ରତିଯୋଗୀ ସମୟରେ କୁଇଜ୍ ସମାପ୍ତ କରିବା ପାଇଁ ଅନ୍ୟାୟ ଉପାୟ ବ୍ୟବହାର କରିଛନ୍ତି, ତେବେ ଏଣ୍ଟ୍ରି ଅଯୋଗ୍ୟ ଘୋଷିତ ହୋଇପାରେ

16. ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ କମ୍ପ୍ୟୁଟର ତ୍ରୁଟି କିମ୍ବା ଅନ୍ୟ କୌଣସି ତ୍ରୁଟି ଯୋଗୁଁ ହଜି ଯାଇଥିବା, ବିଳମ୍ବିତ କିମ୍ବା ଅସମ୍ପୂର୍ଣ୍ଣ ଥିବା କିମ୍ବା ସଞ୍ଚାରିତ ହୋଇ ନ ଥିବା ଏଣ୍ଟ୍ରିଗୁଡ଼ିକ ପାଇଁ ଆୟୋଜକମାନେ କୌଣସି ଦାୟିତ୍ୱ ଗ୍ରହଣ କରିବେ ନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ସେହି ରସିଦ ପ୍ରାପ୍ତିର ପ୍ରମାଣ ନୁହେଁ

17. ଅପ୍ରତ୍ୟାଶିତ ପରିସ୍ଥିତିରେ, ଆୟୋଜକମାନେ ଯେକୌଣସି ସମୟରେ କୁଇଜ୍‌ରେ ସଂଶୋଧନ କିମ୍ବା ପ୍ରତ୍ୟାହାର କରିବାର ଅଧିକାର ସଂରକ୍ଷିତ କରନ୍ତି। ସନ୍ଦେହକୁ ଏଡ଼ାଇବା ପାଇଁ ଏଥିରେ ଏହି ନିୟମ ଓ ସର୍ତ୍ତାବଳୀରେ ସଂଶୋଧନ କରିବାର ଅଧିକାର ଅନ୍ତର୍ଭୁକ୍ତ

18. ଏହି କୁଇଜ୍‌ରେ ଭାଗ ନେବା ପାଇଁ ପ୍ରତିଯୋଗୀମାନେ ସମସ୍ତ ନିୟମାବଳୀକୁ ପାଳନ କରିବେ

19. ଆୟୋଜକମାନେ ଯଦି କୌଣସି ପ୍ରତିଯୋଗୀଙ୍କ ଅଂଶଗ୍ରହଣ କିମ୍ବା ସହଯୋଗକୁ କୁଇଜ୍ କିମ୍ବା କୁଇଜ୍‌ର ଆୟୋଜକ କିମ୍ବା ଅଂଶୀଦାରଙ୍କ ପାଇଁ କ୍ଷତିକାରକ ମନେ କରନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା କିମ୍ବା ମନା କରିବାର ସମସ୍ତ ଅଧିକାର ସଂରକ୍ଷିତ ରଖନ୍ତି । ଯଦି ଆୟୋଜକଙ୍କ ଦ୍ୱାରା ପ୍ରାପ୍ତ ସୂଚନା ଅସ୍ପଷ୍ଟ, ଅସମ୍ପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହୋଇଥାଏ ତେବେ ପଞ୍ଜୀକରଣକୁ ବାତିଲ କରାଯିବ

20. ମାଇଁଗଭ୍ କର୍ମଚାରୀ ଏବଂ ଏହାର ସହବନ୍ଧିତ ଏଜେନ୍ସି କିମ୍ବା କର୍ମଚାରୀମାନେ କ୍ୱିଜ୍ ଆୟୋଜନ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ଥିଲେ ମଧ୍ୟ ସେମାନେ କୁଇଜ୍‌ରେ ଭାଗ ନେବା ପାଇଁ ଯୋଗ୍ୟ ନୁହଁନ୍ତି। ଏହି ଅଯୋଗ୍ୟତା ସେମାନଙ୍କ ନିକଟ ସମ୍ପର୍କୀୟଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ।

21. କୁଇଜ୍ ଉପରେ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ ଏବଂ ଏହା ବିଷୟରେ କୌଣସି ଚିଠିପତ୍ର ଗ୍ରହଣ କରାଯିବ ନାହିଁ।

22. କୁଇଜ୍‌ରେ ଅଂଶଗ୍ରହଣ କରି ପ୍ରତିଯୋଗୀ ଉପରୋକ୍ତ ନିୟମାବଳୀ ଓ ସର୍ତ୍ତାବଳୀକୁ ଗ୍ରହଣ କରିବେ ଓ ରାଜି ହେବେ

23. ଏହି ନିୟମ ଓ ସର୍ତ୍ତାବଳୀ ଭାରତୀୟ ନ୍ୟାୟପାଳିକାର ଆଇନ ଦ୍ୱାରା ପରିଚାଳିତ ହେବ

24. ପ୍ରତିଯୋଗିତା / ଏହାର ଏଣ୍ଟ୍ରି / ବିଜେତା / ବିଶେଷ ଉଲ୍ଲେଖରୁ ଉତ୍ପନ୍ନ ଯେକୌଣସି ଆଇନଗତ ପ୍ରକ୍ରିୟା କେବଳ ଦିଲ୍ଲୀ ରାଜ୍ୟର ସ୍ଥାନୀୟ କ୍ଷେତ୍ରାଧିକାର ଅଧୀନରେ ରହିବ। ଏଥିପାଇଁ ହେଉଥିବା ଖର୍ଚ୍ଚ, ଦଳଗୁଡ଼ିକ ନିଜେ ବହନ କରିବେ

25. ଯଦି ଅନୁବାଦିତ ବିଷୟବସ୍ତୁ ପାଇଁ କୌଣସି ସ୍ପଷ୍ଟୀକରଣ ଆବଶ୍ୟକ ହୁଏ, ତେବେ ତାହାକୁ contests@mygov.in କୁ ସୂଚିତ କରାଯାଇପାରେ ଏବଂ ହିନ୍ଦୀ/ଇଂରାଜୀ ବିଷୟବସ୍ତୁକୁ ରେଫର୍ କରାଯିବା ଉଚିତ।

26. ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଅପଡେଟ୍ ପାଇଁ ନିୟମିତ ଭାବେ ୱେବ୍‌ସାଇଟ୍ ଚେକ୍ କରିବା ଆବଶ୍ୟକ