GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

Quiz on the Income Tax Act 2025 (Odia)

Start Date : 20 Mar 2026, 6:00 pm
End Date : 20 Apr 2026, 11:45 pm
Closed
Quiz Banner
  • 10 Questions
  • 300 Seconds
Login to Play Quiz

About Quiz

ଆୟକର ଅଧିନିୟମ, 2025 ଏକ ସ୍ପଷ୍ଟ, ସରଳ ଏବଂ ଅଧିକ ଆଧୁନିକ ଆଇନ ସହିତ ଆୟକର ଅଧିନିୟମ, 1961କୁ ବଦଳାଇ ଭାରତର ପ୍ରତ୍ୟକ୍ଷ କର ବ୍ୟବସ୍ଥାରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ଜଟିଳତା ହ୍ରାସ କରିବା, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ଅନୁପାଳନକୁ ସହଜ କରିବା ପାଇଁ ପ୍ରସ୍ତୁତ ଏହି ନୂଆ ଅଧିନିୟମ, ଏକ କରଦାତାହିତୈଷୀ ଏବଂ ପ୍ରଯୁକ୍ତିବିଦ୍ୟାସକ୍ଷମ କର ବ୍ୟବସ୍ଥା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।

ଦଶନ୍ଧି ଧରି ଚାଲିଥିବା କର ସଂସ୍କାରକୁ ଆଧାର କରି, ଭାରତ ସରକାର ନାଗରିକ, ବ୍ୟବସାୟୀ ଏବଂ ପେସାଦାରମାନଙ୍କ ପାଇଁ ଆୟକର ଆଇନକୁ ସହଜରେ ବୁଝିବା କାର୍ଯ୍ୟକାରୀ କରିବା ପାଇଁ ଆୟକର ଅଧିନିୟମ, 2025 ପ୍ରଣୟନ କରିଛନ୍ତି। ଏହି ନୂଆ ଆଇନ ସରଳୀକରଣ, ବ୍ୟବସ୍ଥାର ସ୍ପଷ୍ଟତା ଏବଂ ଉନ୍ନତ କରଦାତା ସେବା ଉପରେ ଧ୍ୟାନ ଦେବା ସହିତ ସ୍ୱେଚ୍ଛାକୃତ ଅନୁପାଳନକୁ ମଜବୁତ କରୁଛି।

ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍କାରଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ନାଗରିକମାନଙ୍କୁ ନୂଆ କର ବ୍ୟବସ୍ଥା ସହିତ ଜଡ଼ିତ ହେବାକୁ ଉତ୍ସାହିତ କରିବା ପାଇଁ, ଆୟକର ବିଭାଗ, ମାଇଁଗଭ୍ ସହଯୋଗରେ ଆୟକର ଅଧିନିୟମ 2025 ଉପରେ ଏକ କୁଇଜ୍ ଆୟୋଜନ କରୁଛି।

ଏହି କୁଇଜ୍ ନାଗରିକ, ଛାତ୍ରଛାତ୍ରୀ, ପେସାଦାର, ଉଦ୍ୟୋଗୀ ଏବଂ କରଦାତାମାନଙ୍କୁ ନିଜ ଜ୍ଞାନ ପରୀକ୍ଷା କରିବା, ଆୟକର ଅଧିନିୟମ, 2025 ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ବୁଝିବା ଏବଂ ଏକ ସ୍ୱଚ୍ଛ, ଦକ୍ଷ ନାଗରିକକୈନ୍ଦ୍ରିକ କର ବ୍ୟବସ୍ଥା ଗଠନରେ ଏହାର ଭୂମିକାକୁ ବୁଝିବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି।

କୁଇଜରେ ଅଂଶଗ୍ରହଣ କରନ୍ତୁ, ନିଜର ବୁଝାମଣାକୁ ବଢ଼ାନ୍ତୁ ଏବଂ ଏକ ସରଳ, ସ୍ମାର୍ଟ ଅଧିକ ଅନ୍ତର୍ଭୁକ୍ତ ପ୍ରତ୍ୟକ୍ଷ କର ବ୍ୟବସ୍ଥା ଦିଗରେ ଭାରତର ଯାତ୍ରାରେ ସାମିଲ ହୁଅନ୍ତୁ।

ପରିତୋଷ:

ଶ୍ରେଷ୍ଠ 10 ଜଣ ବିଜେତାଙ୍କୁ ପ୍ରତ୍ୟେକଙ୍କୁ 10,000 ନଗଦ ପୁରସ୍କାର ମିଳିବ।

ପରବର୍ତ୍ତୀ 20 ଜଣ ବିଜେତାଙ୍କୁ ପ୍ରତ୍ୟେକଙ୍କୁ 5,000 ନଗଦ ପୁରସ୍କାର ମିଳିବ।

ଏହାପରର 50 ଜଣ ବିଜେତାଙ୍କୁ ପ୍ରତ୍ୟେକଙ୍କୁ 3,000 ନଗଦ ପୁରସ୍କାର ମିଳିବ।

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପାଇଁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ।

Terms and Conditions

1)      କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଅଟେ

2)      ଅଂଶଗ୍ରହଣକାରୀପ୍ଲେ କ୍ୱିଜ୍ବଟନ୍ଉପରେ କ୍ଲିକ୍ କରିବା ମାତ୍ରେ କ୍ୱିଜ୍ ଆରମ୍ଭ ହୋଇଯିବ।

3)      କ୍ୱିଜରେ 10ଟି ପ୍ରଶ୍ନ ରହିବ, ଯାହାର ଉତ୍ତର 300 ସେକେଣ୍ଡ ମଧ୍ୟରେ ଦେବାକୁ ହେବ। ଏଥିରେ ନେଗେଟିଭ୍ ମାର୍କିଂ ରହିବ ନାହିଁ।

4)      ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ଥିବା ପ୍ରଶ୍ନରେ କୌଣସି ତ୍ରୁଟି ବା ଭୁଲ୍ ଥିଲେ, ପ୍ରଶ୍ନର ଇଂରାଜୀ ସଂସ୍କରଣକୁ ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ଭାବରେ ଗ୍ରହଣ କରାଯିବ।

5)      ନିର୍ଦ୍ଧାରିତ ସମୟ ବ୍ୟତୀତ ଅନ୍ୟ ସମୟରେ ଅଂଶଗ୍ରହଣକୁ ବିଚାରକୁ ନିଆଯିବ ନାହିଁ।

6)      ପ୍ରତିଯୋଗୀମାନେ ନିଜ ମାଇଁଗଭ୍ ପ୍ରୋଫାଇଲ୍ ଅପଡେଟ୍ କରିବାକୁ ନିଶ୍ଚିତ କରିବେ ଯାହାଦ୍ୱାରା ପରବର୍ତ୍ତୀ ଯୋଗାଯୋଗ ହୋଇପାରିବ ଏକ ଅସପୂର୍ଣ୍ଣ ପ୍ରୋଫାଇଲ୍ ବିଜେତା ହେବା ପାଇଁ ଯୋଗ୍ୟ ହେବ ନାହିଁ।

7)      ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ID ମାଧ୍ୟମରେ କେବଳ ଥରେ ମାତ୍ର କ୍ୱିଜ୍ ଖେଳିବାକୁ ଅନୁମତି ଦିଆଯିବ। ଅଂଶଗ୍ରହଣ ପାଇଁ ସମାନ ମୋବାଇଲ୍ ନମ୍ବର ଏବଂ ମେଲ୍ IDକୁ ଗୋଟିଏରୁ ଅଧିକ ଥର ବ୍ୟବହାର କରାଯାଇପାରିବ ନାହିଁ।

8)      ଯଦି କୌଣସି ଅଂଶଗ୍ରହଣକାରୀ ମୋବାଇଲ୍ ନମ୍ବର ଏବଂ ଇମେଲ୍ ID ଉଭୟ ବ୍ୟବହାର କରି ଖେଳିଥାନ୍ତି, ତେବେ କେବଳ ଗୋଟିଏ ଦାଖଲ କରାଯାଇଥିବା ଏଣ୍ଟ୍ରିକୁ ବୈଧ ବୋଲି ବିବେଚନା କରାଯିବ ଏବଂ ବିଜେତା ଚୟନ ପ୍ରକ୍ରିୟା ପାଇଁ ଯୋଗ୍ୟ ବିବେଚିତ ହେବ।

9)      କୌଣସି ଅପ୍ରତ୍ୟାଶିତ ପରିସ୍ଥିତିରେ, ମାଇଁଗଭ୍ ଯେକୌଣସି ସମୟରେ କ୍ୱିଜକୁ ପରିବର୍ତ୍ତନ କରିବାର ବା ବନ୍ଦ କରିବାର ଅଧିକାର ରଖେ। ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି।

10)   ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ନାମ, ଇମେଲ୍ ଠିକଣା, ଜନ୍ମ ତାରିଖ, ଯୋଗାଯୋଗ ଠିକଣା ଏବଂ ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ପଡ଼ିବ। ନିଜର ବିବରଣୀ ଦାଖଲ କରିବା ଦ୍ୱାରା, ଅଂଶଗ୍ରହଣକାରୀମାନେ ଏହି ବିବରଣୀଗୁଡ଼ିକୁ କ୍ୱିଜ୍ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସମ୍ମତି ପ୍ରଦାନ କରନ୍ତି।

11)   ଯଦି କୌଣସି ଅଂଶଗ୍ରହଣକାରୀଙ୍କ ଭାଗ ନେବା କିମ୍ବା ସମ୍ପୃକ୍ତି କୁଇଜ୍ ପାଇଁ କ୍ଷତିକାରକ ବୋଲି ଆୟୋଜକମାନେ ମନେ କରନ୍ତି, ତେବେ ସେହି ଅଂଶଗ୍ରହଣକାରୀଙ୍କୁ ଅଯୋଗ୍ୟ ଘୋଷଣା କରିବାର କିମ୍ବା ତାଙ୍କ ଅଂଶଗ୍ରହଣକୁ ପ୍ରତ୍ୟାଖ୍ୟାନ କରିବାର ସମସ୍ତ ଅଧିକାର ଆୟୋଜକମାନେ ସଂରକ୍ଷିତ ରଖନ୍ତି। ଯଦି ପ୍ରାପ୍ତ ହୋଇଥିବା ସୂଚନା ଅସ୍ପଷ୍ଟ, ଅସଂପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହେଲେ ଅଂଶଗ୍ରହଣକୁ ରଦ୍ଦ କରାଯିବ।

12)   କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଥିବା ଅନ୍ୟ କୌଣସି ତ୍ରୁଟି କାରଣରୁ ହଜିଯାଇଥିବା, ବିଳମ୍ବରେ ପହଞ୍ଚିଥିବା, ଅସମ୍ପୂର୍ଣ୍ଣ କିମ୍ବା ପ୍ରସାରିତ ହୋଇନଥିବା ଏଣ୍ଟ୍ରିଗୁଡ଼ିକ ପାଇଁ ମାଇଁଗଭ୍ କୌଣସି ଦାୟିତ୍ୱ ଗ୍ରହଣ କରିବ ନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ। 

13)   Income Tax Department ଓ MyGov ର କର୍ମଚାରୀ କିମ୍ୱା କୁଇଜ୍‌ ପ୍ରକ୍ରିୟା ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ଥିବା କର୍ମଚାରୀ କୁଇଜ୍‌ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏହି ଅଯୋଗ୍ୟତା ତାଙ୍କର ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ।

14)   ନିରପେକ୍ଷତା ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ବିଜେତାଙ୍କ ଚୟନ ଏକ ସ୍ୱୟଂଚାଳିତ ରାଣ୍ଡମ୍ ପ୍ରକ୍ରିୟା ମାଧ୍ୟମରେ କରାଯିବ। ଯେଉଁ ଅଂଶଗ୍ରହଣକାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ସଠିକ୍ ଉତ୍ତର ଦେଇ କୁଇଜ୍‌ର ବିଜୟୀ ହେବାର ସମସ୍ତ ମାନଦଣ୍ଡ ପୂରଣ କରିବେ, ସେମାନଙ୍କୁ ଯୋଗ୍ୟ ପ୍ରତିଯୋଗୀଙ୍କ ଏକ କେନ୍ଦ୍ରୀୟ ତାଲିକାରେ ସାମିଲ କରାଯିବ। ବିଜେତାମାନଙ୍କୁ କେବଳ ଏକ ସ୍ୱୟଂଚାଳିତ ରାଣ୍ଡମ୍ ଚୟନ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯିବ।

15)   କୁଇଜ୍ ସମ୍ବନ୍ଧରେ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ, ଏବଂ ସମ୍ବନ୍ଧରେ କୌଣସି ପତ୍ରାଳାପ କରାଯିବ ନାହିଁ।

16)   ସମସ୍ତ ଅପଡେଟ୍ ପାଇଁ ଅଂଶଗ୍ରହଣକାରୀମାନେ ବିଷୟବସ୍ତୁକୁ ନିୟମିତ ଭାବେ ଯାଞ୍ଚ କରିବା ଆବଶ୍ୟକ।

17)   ସଫଳତା ସହ ସମ୍ପୂର୍ଣ୍ଣ ହେବା ପରେ, ପ୍ରତିଯୋଗୀମାନେ ସେମାନଙ୍କ ଅଂଶଗ୍ରହଣ ସମାପ୍ତିକୁ ଚିହ୍ନଟ କରି ଏକ ଡିଜିଟାଲ ଅଂଶଗ୍ରହଣ ପ୍ରମାଣପତ୍ର ସ୍ୱୟଞ୍ଚାଳିତ ଭାବେ ଡାଉନ୍ଲୋଡ୍ କରିପାରିବେ।

18)   କୁଇଜ୍ରେ ଅଂଶଗ୍ରହଣ କରି ପ୍ରତିଯୋଗୀମାନେ କୁଇଜ୍ ପ୍ରତିଯୋଗିତାର ସମସ୍ତ ସର୍ତ୍ତ ନିୟମାବଳୀକୁ ପାଳନ କରିବେ, ଯେଉଁଥିରେ ସମସ୍ତ ପ୍ରକାର ସଂଶୋଧନ କିମ୍ବା ଅଭିଷ୍ୟତରେ ହେବାକୁ ଥିବା ଅପଡେଟ୍ ସାମିଲ୍ ରହିଛି

19) ସମସ୍ତ ବିବାଦ/ ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ରରେ ରହିଛି । ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ  

20) ପରବର୍ତ୍ତୀ ସମୟରେ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ ।