ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର, ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର ମାଇଁଗଭ୍ ସହଭାଗିତାରେ ଭାରତର ସମସ୍ତ ସ୍କୁଲ ଛାତ୍ରମାନଙ୍କୁ ଦେଶ ବିଭାଜନର ଭୟଙ୍କର ସ୍ମୃତି ଦିବସ – ଅଗଷ୍ଟ 14 ଉପରେ କୁଇଜ୍ରେ ଭାଗ ନେବା ପାଇଁ ଆମନ୍ତ୍ରଣ କରୁଛି।
ଏହି କୁଇଜ୍ ଅଗଷ୍ଟ 14ରେ ଦେଶ ବିଭାଜନର ଭୟଙ୍କର ସ୍ମୃତି ଦିବସ ପାଳନ କରିବା ପାଇଁ ଓ ଭାରତ ବିଭାଜନର ଦୁଃଖଦ ମାନବୀୟ ପରିଣାମକୁ ପ୍ରତିଫଳିତ କରିବା ପାଇଁ ପରିକଳ୍ପିତ ହୋଇଛି।
ପୁରସ୍କାର: ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣର ଇ-ସାର୍ଟିଫିକେଟ୍ ପ୍ରଦାନ କରାଯିବ ଓ ସର୍ବାଧିକ ସ୍କୋର କରିଥିବା 10 ଜଣ ଛାତ୍ରଛାତ୍ରୀଙ୍କୁ 5,000/- ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ।
1.କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ବିଶେଷ ଭାବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଭାଗ ନେବାକୁ ଉତ୍ସାହିତ କରାଯାଉଛି।
2.ଏଥିରେ ଭାଗ ନେବା ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ।
3.ପ୍ରତିଯୋଗୀ ‘ପ୍ଲେ କୁଇଜ୍’ରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ।
4.କୁଇଜ୍ରେ ବହୁ-ବିକଳ୍ପ ପ୍ରଶ୍ନ (MCQ) ରହିଛି।
5.ସମସ୍ତ ପ୍ରଶ୍ନରେ ଚାରୋଟି ବିକଳ୍ପ ରହିବ ଓ ସେଥିମଧ୍ୟରୁ ଗୋଟିଏ ସଠିକ୍ ଉତ୍ତର ହେବ।
6.ସମାନ ପ୍ରତିଯୋଗୀଙ୍କ ଠାରୁ ଏକାଧିକ ଏଣ୍ଟ୍ରି ଗ୍ରହଣ କରାଯିବ ନାହିଁ।
7.ପ୍ରତିଯୋଗୀ ନିଶ୍ଚିତ କରିବା ଉଚିତ ଯେ ତାଙ୍କର ମାଇଁଗଭ୍ ପ୍ରୋଫାଇଲ୍ ସଠିକ୍ ଓ ଅପଡେଟ୍ ହୋଇଛି।
8.ଏହା ଏକ ସମୟବଦ୍ଧ ପ୍ରଶ୍ନପତ୍ର: 10 ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କ ପାଖରେ 300 ସେକେଣ୍ଡ ସମୟ ରହିବ।
9.କୁଇଜ୍ରେ ଅଂଶଗ୍ରହଣ ସମୟରେ କୌଣସି ଅନ୍ୟାୟ/ବିକୃତ ଉପାୟ/ଅପବ୍ୟବହାରର ଆବିଷ୍କାର/ଚିହ୍ନଟ/ନିରୀକ୍ଷଣ ହେଲେ, ଯେଉଁଥିରେ ନକଲି, ଏକାଧିକ ଅଂଶଗ୍ରହଣ ଇତ୍ୟାଦି ଅନ୍ତର୍ଭୁକ୍ତ କିନ୍ତୁ ସିମୀତ ନୁହେଁ, ତେବେ ଅଂଶଗ୍ରହଣକୁ ଅବୈଧ ଘୋଷଣା କରାଯିବ ଏବଂ ଏହାକୁ ନାକଚ କରାଯିବ। କୁଇଜ୍ ପ୍ରତିଯୋଗିତାର ଆୟୋଜକମାନେ ଏହି ସମ୍ବନ୍ଧରେ ସମସ୍ତ ଅଧିକାର ସଂରକ୍ଷଣ କରନ୍ତି।
10.ଆୟୋଜକମାନେ ସେହି ଏଣ୍ଟ୍ରିଗୁଡ଼ିକ ପାଇଁ କୌଣସି ଉତ୍ତରଦାୟିତ୍ୱ ଗ୍ରହଣ କରିବେ ନାହିଁ ଯାହା ହଜିଯାଇଛି, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ ଅଛି କିମ୍ବା କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅନ୍ୟ କୌଣସି ତ୍ରୁଟି ଯୋଗୁଁ ସଞ୍ଚାରିତ ହୋଇନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ।
11.ଅପ୍ରତ୍ୟାଶିତ ପରିସ୍ଥିତିରେ ଆୟୋଜକମାନେ ଯେକୌଣସି ସମୟରେ କୁଇଜ୍ରେ ସଂଶୋଧନ କିମ୍ବା ପ୍ରତ୍ୟାହାର କରିବାର ଅଧିକାର ସୁରକ୍ଷିତ ରଖନ୍ତି। ସନ୍ଦେହକୁ ଏଡ଼ାଇବା ପାଇଁ ଏଥିରେ ଏହି ନିୟମ ଓ ସର୍ତ୍ତାବଳୀରେ ସଂଶୋଧନ କରିବାର ଅଧିକାର ଅନ୍ତର୍ଭୁକ୍ତ ରହିବ।
12.କୁଇଜ୍ରେ ଆୟୋଜକ ମାନଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ହେବ ଓ ସର୍ବମାନ୍ୟ ହେବ ଏବଂ ଏନେଇ କୌଣସି ପତ୍ରାଚାର କରାଯିବ ନାହିଁ।
13.ସମସ୍ତ ବିବାଦ/ ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ରରେ ରହିଛି। ଏଥିପାଇଁ ହେଉଥିବା ଖର୍ଚ୍ଚ ପକ୍ଷଗୁଡ଼ିକ ନିଜେ ବହନ କରିବେ।
14.କୁଇଜ୍ରେ ଭାଗ ନେଇ ପ୍ରତିଯୋଗୀମାନେ ପ୍ରତିଯୋଗିତାର ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ପାଳନ କରିବେ, ଯେଉଁଥିରେ କୌଣସି ସଂଶୋଧନ କିମ୍ବା ଅଧିକ ଅପଡେଟ୍ ସାମିଲ୍ ରହିବ।
15.ପରବର୍ତ୍ତୀ ସମୟରେ ସର୍ତ୍ତାବଳୀ ଭାରତୀୟ ଆଇନ ଓ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ।