ଯୁବ ଚେଞ୍ଜମେକରମାନେ ଧ୍ୟାନ ଦିଅନ୍ତୁ! ଗଣତନ୍ତ୍ର ଉପରେ ନିଜର ଜ୍ଞାନକୁ ପରୀକ୍ଷା କରନ୍ତୁ !
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମାଇଁଗଭ୍ ସହଭାଗିତାରେ 18ତମ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଆମ ଯୁବ ଭୋଟରମାନଙ୍କ ପାଇଁ “ଭାରତର ଗଣତନ୍ତ୍ର ଉପରେ କୁଇଜ୍” କାର୍ଯ୍ୟକ୍ରମ ଆୟୋଜନ କରୁଛି। ଗଣତନ୍ତ୍ରର ମୌଳିକତାକୁ ଜାଣନ୍ତୁ, ନିଜର ଜ୍ଞାନ ବୃଦ୍ଧି କରନ୍ତୁ ଏବଂ ପ୍ରକୃତ ଗଣତନ୍ତ୍ର ଚାମ୍ପିଅନ ହୁଅନ୍ତୁ!
ସନ୍ତୋଷ[ସମ୍ପାଦନା] :
ଶ୍ରେଷ୍ଠ 18 ଜଣ ବିଜେତାଙ୍କୁ 5,000ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ।
1.ଏହି କୁଇଜ୍ରେ ଏଣ୍ଟ୍ରି ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି
2.ଏହା ଏକ ଟାଇମ୍ କୁଇଜ୍ ଯେଉଁଥିରେ 5 ମିନିଟ୍ (300 ସେକେଣ୍ଡ)ରେ 10ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ।
3.ଆପଣ ଏକ କଠିନ ପ୍ରଶ୍ନକୁ ଛାଡି ପରେ ଏହାକୁ ଫେରି ପାରିବେ ।
4.ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଆଦି ୧୨ଟି ଭାଷାରେ ଏହି କୁଇଜ୍ ଉପଲବ୍ଧ ହେବ।
5. କୁଇଜ୍ ଉପରେ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ।
6.ଜଣେ ପ୍ରତିଯୋଗୀଙ୍କ ଏକାଧିକ ଏଣ୍ଟ୍ରି ଗ୍ରହଣ କରାଯିବ ନାହିଁ।
7.ଏଥିରେ ଭାଗ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନିଜର ନାମ, ଇମେଲ୍, ଟେଲିଫୋନ୍ ନମ୍ବର ଓ ଡାକ ଠିକଣା ଦେବାକୁ ପଡ଼ିବ। ସେମାନଙ୍କ ଯୋଗାଯୋଗ ବିବରଣୀ ଦାଖଲ କରିବା ଦ୍ୱାରା ସେମାନେ ଏହି କାମରେ ବ୍ୟବହୃତ ହେଉଥିବା ଏହି ବିବରଣୀ ଉପରେ ନିଜର ସହମତି ପ୍ରଦାନ କରିବେ।
8.ଏଥିରେ ନେଗେଟିଭ୍ ମାର୍କିଂ ରହିବ ନାହିଁ।
9.ପ୍ରତିଯୋଗୀ ଷ୍ଟାର୍ଟ କୁଇଜ୍ ବଟନ୍ କ୍ଲିକ୍ କରିବା ମାତ୍ରେ ହିଁ କୁଇଜ୍ ଆରମ୍ଭ ହୋଇଯିବ।
10.ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ କମ୍ପ୍ୟୁଟର ତ୍ରୁଟି କିମ୍ବା ଅନ୍ୟ କୌଣସି ତ୍ରୁଟି ଯୋଗୁଁ ହଜିଯାଇଥିବା, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ ଥିବା କିମ୍ବା ସଞ୍ଚାରିତ ହୋଇ ନ ଥିବା ଏଣ୍ଟ୍ରିଗୁଡ଼ିକ ପାଇଁ ଆୟୋଜକମାନେ କୌଣସି ଦାୟିତ୍ୱ ଗ୍ରହଣ କରିବେ ନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହାକୁ ଗ୍ରହଣ କରିବାର ପ୍ରମାଣ ନୁହେଁ।
11.ଅପ୍ରିତିକର ପରିସ୍ଥିତିରେ ଆୟୋଜକମାନେ ଯେକୌଣସି ସମୟରେ କୁଇଜ୍ରେ ସଂଶୋଧନ କିମ୍ବା ପ୍ରତ୍ୟାହାର କରିବାର ଅଧିକାର ସଂରକ୍ଷିତ ରଖନ୍ତି। ସନ୍ଦେହ ଏଡ଼ାଇବା ପାଇଁ ଏଥିରେ ସର୍ତ୍ତାବଳୀରେ ସଂଶୋଧନ କରିବାର ଅଧିକାର ମଧ୍ୟ ସାମିଲ ରହିଛି।
12.ସମସ୍ତ ବିବାଦ / ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ର ଅଧୀନରେ ରହିଛି। ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ।
13.ପ୍ରତିଯୋଗିତାରେ ପ୍ରବେଶ କରି, ଅଂଶଗ୍ରହଣକାରୀ ଉପରୋକ୍ତ ନିୟମାବଳୀ ଏବଂ ସର୍ତ୍ତାବଳୀ ଗ୍ରହଣ କରନ୍ତି ଏବଂ ଏଥିରେ ସହମତି ପ୍ରକାଶ କରନ୍ତି ।