
ସମ୍ବିଧାନ ଦିବସ, ପ୍ରତିବର୍ଷ ନଭେମ୍ବର 26 ତାରିଖରେ ଭାରତର ସମ୍ବିଧାନକୁ ଗ୍ରହଣ କରିବାର ଅବସର ଭାବରେ ପାଳନ କରାଯାଏ। ଏହି ଦିବସ କେବଳ ସମ୍ବିଧାନର ଗ୍ରହଣକୁ ସ୍ମରଣ କରେ ନାହିଁ କିନ୍ତୁ ଏହା ମଧ୍ୟ ଏଥି ମଧ୍ୟରେ ନିହିତ ମୂଳ ମୂଲ୍ୟ ଏବଂ ସିଦ୍ଧାନ୍ତ ଗୁଡ଼ିକୁ ପୁନଃ ପ୍ରତିପାଦିତ କରେ। ଏହା ଦେଶର ଆଇନଗତ ଓ ଗଣତାନ୍ତ୍ରିକ ଢାଞ୍ଚାକୁ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୂରଦୃଷ୍ଟିସମ୍ପନ୍ନ ନେତା ଓ ସମ୍ବିଧାନ ପ୍ରଣେତାମାନଙ୍କର ଯୋଗଦାନକୁ ସମ୍ମାନ ଜଣାଇବାର ଏକ ମୁହୂର୍ତ୍ତ।
ଏହି ଅବସରକୁ ପାଳନ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ, ମାଇଁଗଭ୍ ସହଯୋଗରେ ‘ହମାରା ସମ୍ବିଧାନ – ହମାରା ସ୍ୱାଭିମାନ’ କୁଇଜ୍ ଆୟୋଜନ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ଯୁବପିଢ଼ି ଓ ନାଗରିକମାନଙ୍କୁ ସମ୍ବିଧାନ—ଏହାର ପ୍ରଣୟନ, ମୁଖ୍ୟ ବୈଶିଷ୍ଟ୍ୟ ଏବଂ ବିବର୍ତ୍ତନ ବିଷୟରେ ଅବଗତ କରାଇବା। କୁଇଜ୍ର ଲକ୍ଷ୍ୟ ଭାରତ ସରକାରଙ୍କ ଉପଲବ୍ଧି ଓ ପରିକଳ୍ପନାକୁ ପ୍ରକାଶ କରିବା ସହିତ ସମ୍ବିଧାନର ମହତ୍ତ୍ୱକୁ ଗଭୀର ଭାବରେ ବୁଝିବା। ଏହି ଆକର୍ଷଣୀୟ କୁଇଜ୍ ଇଂରାଜୀ ଓ ହିନ୍ଦୀ ସହିତ 12ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ଅଟେ, ଯାହା ଏହାକୁ ବିସ୍ତୃତ ଓ ବିବିଧ ପ୍ରତିଯୋଗୀମାନଙ୍କ ପାଇଁ ସୁଲଭ କରେ।
ପୁରସ୍କାର-
1) ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ₹ 100000/- (ଏକ ଲକ୍ଷ ଟଙ୍କା ମାତ୍ର) ନଗଦ ପୁରସ୍କାର ପ୍ରଦାନ କରାଯିବ।
2) ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ₹ 75,000/- (ପଞ୍ଚସ୍ତରୀ ହଜାର ଟଙ୍କା ମାତ୍ର) ନଗଦ ପୁରସ୍କାର ପ୍ରଦାନ କରାଯିବ।
3) ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ₹ 50,000/- (ପଚାଶ ହଜାର ଟଙ୍କା ମାତ୍ର) ନଗଦ ପୁରସ୍କାର ପ୍ରଦାନ କରାଯିବ।
4) ପରବର୍ତ୍ତୀ 200 ଜଣ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ₹2,000/- (ଦୁଇ ହଜାର ଟଙ୍କା ମାତ୍ର) ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ।
5) ପରବର୍ତ୍ତୀ 100 ଜଣ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ₹1,000/- (ଏକ ହଜାର ଟଙ୍କା ମାତ୍ର) ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ।
ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏକ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ।
1. କୁଇଜ୍ ଭାରତର ସମସ୍ତ ନାଗରିକ କିମ୍ବା ଭାରତୀୟ ବଂଶୋଦ୍ଭବମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ।
2. କୁଇଜ୍ 12ଟି ଭାଷାରେ ଉପଲବ୍ଧ ହେବ – ଇଂରାଜୀ, ହିନ୍ଦୀ, ଆସାମୀୟ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲୟାଲମ୍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ।
3. କୁଇଜ୍ ପାଇଁ ଆକ୍ସେସ୍ କେବଳ ମାଇଁଗଭ୍ ପ୍ଲାଟଫର୍ମ ମାଧ୍ୟମରେ ହେବ ଓ ଅନ୍ୟ କୌଣସି ଚ୍ୟାନେଲ୍ ଦ୍ୱାରା ହେବ ନାହିଁ।
4. ସ୍ୱୟଂଚାଳିତ ପ୍ରକ୍ରିୟା ମାଧ୍ୟମରେ ପ୍ରଶ୍ନ ବ୍ୟାଙ୍କରୁ ଯେକୌଣସି ପ୍ରଶ୍ନ ଚୟନ କରାଯିବ।
5. କୁଇଜର ପ୍ରତ୍ୟେକ ପ୍ରଶ୍ନ ବହୁ-ବିକଳ୍ପ ବା ମଲ୍ଟିପଲ୍-ଚଏସ୍ ଫର୍ମାଟରେ ଅଛି ଓ ସେଥିରେ କେବଳ ଗୋଟିଏ ସଠିକ୍ ବିକଳ୍ପ ରହିଛି।
6. ପ୍ରତିଯୋଗୀମାନଙ୍କୁ କେବଳ ଥରେ ଖେଳିବାକୁ ଅନୁମତି ଦିଆଯାଏ; ଏକାଧିକ ଅଂଶଗ୍ରହଣକୁ ଅନୁମତି ଦିଆଯାଏ ନାହିଁ।
7. ପ୍ରତିଯୋଗୀ “ଷ୍ଟାର୍ଟ କୁଇଜ୍” ବଟନକୁ କ୍ଲିକ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ।
8. ଏହା ଏକ ସମୟ ଭିତ୍ତିକ କୁଇଜ୍ ଯେଉଁଥିରେ 10ଟି ପ୍ରଶ୍ନ ରହିଛି ଯାହାର ଉତ୍ତର 300 ସେକେଣ୍ଡରେ ଦେବାକୁ ପଡ଼ିବ।
9. କୁଇଜ୍ର ସମୟ ନିର୍ଦ୍ଧାରଣ ହୋଇଛି; ଜଣେ ଅଂଶଗ୍ରହଣକାରୀ ଯେତେ ଶୀଘ୍ର ସମାପ୍ତ କରିବେ, ସେମାନଙ୍କର ଜିତିବାର ସମ୍ଭାବନା ସେତେ ଭଲ ହେବ।
10. କୁଇଜ୍ରେ କୌଣସି ନେଗେଟିଭ୍ ମାର୍କିଂ ନାହିଁ।
11. ଯଦି ଏକାଧିକ ପ୍ରତିଯୋଗୀଙ୍କର ସମାନ ସଂଖ୍ୟକ ସଠିକ୍ ଉତ୍ତର ଥାଏ ତେବେ ସବୁଠାରୁ କମ୍ ସମୟ ନେଇଥିବା ପ୍ରତିଯୋଗୀଙ୍କୁ ବିଜେତା ଘୋଷିତ କରାଯିବ।
12. ସଫଳତା ସହ ସମ୍ପୂର୍ଣ୍ଣ ହେବା ପରେ ପ୍ରତିଯୋଗୀମାନେ ସେମାନଙ୍କ ଅଂଶଗ୍ରହଣ ଓ ସମାପ୍ତିକୁ ଚିହ୍ନଟ କରି ଏକ ଡିଜିଟାଲ ଅଂଶଗ୍ରହଣ ପ୍ରମାଣପତ୍ର ସ୍ୱୟଂଚାଳିତ ଭାବେ ଡାଉନ୍ଲୋଡ୍ କରିପାରିବେ।
13. ପ୍ରତିଯୋଗୀମାନେ କୁଇଜରେ ଅଂଶ ନେବା ସମୟରେ ପେଜକୁ ରିଫ୍ରେସ୍ କରିବେ ନାହିଁ ଓ ସେମାନଙ୍କ ଏଣ୍ଟ୍ରି ପଞ୍ଜୀକରଣ କରିବା ପାଇଁ ପେଜକୁ ସବମିଟ୍ କରିବେ।
14. ଘୋଷଣା କରାଯାଇଥିବା ବିଜେତାମାନଙ୍କୁ ସେମାନଙ୍କ ମାଇଁଗଭ୍ ପ୍ରୋଫାଇଲରେ ପୁରସ୍କାର ରାଶି ବିତରଣ ପାଇଁ ସେମାନଙ୍କର ବ୍ୟାଙ୍କ ବିବରଣୀ ଅପଡେଟ୍ କରିବାକୁ ପଡ଼ିବ। ପୁରସ୍କାର ରାଶି ବିତରଣ ପାଇଁ ମାଇଁଗଭ୍ ପ୍ରୋଫାଇଲରେ ଥିବା ୟୁଜର ନେମ୍ ବ୍ୟାଙ୍କ ଆକାଉଣ୍ଟରେ ଥିବା ନାମ ସହ ମେଳ ଖାଇବା ଆବଶ୍ୟକ।
15. ପ୍ରତିଯୋଗୀମାନଙ୍କୁ ସେମାନଙ୍କର ନାମ, ଇ-ମେଲ ଠିକଣା, ମୋବାଇଲ ନମ୍ବର ଏବଂ ସହର ପ୍ରଦାନ କରିବାକୁ ପଡିବ ଏହି ବିବରଣୀଗୁଡ଼ିକୁ ଦାଖଲ କରି, ପ୍ରତିଯୋଗୀମାନେ କୁଇଜ୍ର ଉଦ୍ଦେଶ୍ୟ ପାଇଁ ସେମାନଙ୍କର ବ୍ୟବହାର ପାଇଁ ସମ୍ମତି ଦିଅନ୍ତି।
16. ସମାନ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଠିକଣାକୁ କୁଇଜ୍ରେ ଅଂଶଗ୍ରହଣ ପାଇଁ ଏକାଧିକ ଥର ବ୍ୟବହାର କରାଯାଇପାରିହେବ ନାହିଁ।
17. ବ୍ୟାପକ ଅଂଶଗ୍ରହଣ ଏବଂ ନିରପେକ୍ଷ ପ୍ରତିଯୋଗିତା ସୁନିଶ୍ଚିତ କରିବା ପାଇଁ, ପ୍ରତ୍ୟେକ ପରିବାରରୁ କେବଳ ଜଣେ ବିଜେତା ପୁରସ୍କାର ପାଇବେ।
18. କୌଣସି ଦୁର୍ବ୍ୟବହାର କିମ୍ବା ଅନୁପଯୁକ୍ତତା ପାଇଁ କୌଣସି ୟୁଜରଙ୍କ ଅଂଶଗ୍ରହଣକୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ଆୟୋଜକ ମାନଙ୍କର ଅଛି।
19. କୁଇଜ୍କୁ ଅପ୍ରତ୍ୟାଶିତ ପରିସ୍ଥିତିରେ ଯେକୌଣସି ମୁହୂର୍ତ୍ତରେ ସଂଶୋଧନ କିମ୍ବା ବନ୍ଦ କରିବାର ସମସ୍ତ ଅଧିକାର ଆୟୋଜକ ମାନଙ୍କର ଅଛି। ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ଓ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି।
20. କୁଇଜ୍ ଉପରେ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଓ ବାଧ୍ୟତାମୂଳକ ହେବ ଏବଂ ଏହା ବିଷୟରେ କୌଣସି ପତ୍ରାଚାର କରାଯିବ ନାହିଁ।
21. ପ୍ରତିଯୋଗୀମାନେ ସମସ୍ତ ଅପଡେଟ୍ ପାଇଁ ବିଷୟବସ୍ତୁ ଉପରେ ନିୟମିତ ଯାଞ୍ଚ କରିବା ଆବଶ୍ୟକ।
22. କୁଇଜର ସର୍ତ୍ତ ଓ ନିୟମାବଳୀ / ବୈଷୟିକ ପାରାମିଟର / ମୂଲ୍ୟାଙ୍କନ ମାନଦଣ୍ଡର ସମସ୍ତ କିମ୍ବା କୌଣସି ଅଂଶକୁ ରଦ୍ଦ କିମ୍ବା ସଂଶୋଧନ କରିବାର ଅଧିକାର ଆୟୋଜକଙ୍କ ପାଖରେ ରହିଛି। ତେବେ, ସର୍ତ୍ତ ଓ ନିୟମାବଳୀ/ ବୈଷୟିକ ମାନଦଣ୍ଡ/ ମୂଲ୍ୟାଙ୍କନ ମାନଦଣ୍ଡରେ କୌଣସି ପରିବର୍ତ୍ତନ, କିମ୍ବା ପ୍ରତିଯୋଗିତା ବାତିଲ ଇତ୍ୟାଦି ପ୍ଲାଟଫର୍ମରେ ଅପଡେଟ୍/ ପୋଷ୍ଟ କରାଯିବ।
23. ବର୍ତ୍ତମାନଠାରୁ ନିୟମ ଓ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ ।