GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment

Quiz on 10 Years of Mann ki Baat (Odia)

Start Date : 1 Oct 2024, 12:00 am
End Date : 1 Nov 2024, 11:45 pm
Closed
Quiz Banner
  • 10 Questions
  • 300 Seconds
Login to Play Quiz

About Quiz

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର ସଫଳ ଦଶନ୍ଧି ପାଳନ କରିବା ପାଇଁ ମାଇଁଗଭ୍ ନାଗରିକମାନଙ୍କୁ “10 ବର୍ଷର ମନ୍ କି ବାତ୍ ଉପରେ ମାଇଁଗଭ୍ କୁଇଜ୍”ରେ ଭାଗ ନେବା ପାଇଁ ଆହ୍ୱାନ କରିଛି । 

ଏହି କୁଇଜ୍ ନାଗରିକମାନଙ୍କୁ ‘ମନ୍ କି ବାତ୍’ର 10 ବର୍ଷ ମଧ୍ୟରେ ଆଲୋଚନା ହୋଇଥିବା ବିଷୟବସ୍ତୁ ଓ ପଦକ୍ଷେପ ଯେପରିକି ‘ଦେବ ସେ ଦେଶ’, ‘ଅଙ୍ଗଦାନ ଜୀବନର ଉପହାର’, ‘ଭାରତ ଗଣତନ୍ତ୍ରର ଜନନୀ’, ‘ହର୍ ଘର ତ୍ରିରଙ୍ଗା’, ‘ଅନ୍ତର୍ଜାତୀୟ ମିଲେଟ୍ ବର୍ଷ’ ଉପରେ ସେମାନଙ୍କ ଜ୍ଞାନ ପରୀକ୍ଷା କରିବାରେ ସହାୟକ ହେବ।  

ପରିତୋଷ

ଶ୍ରେଷ୍ଠ ପ୍ରତିଯୋଗୀମାନେ ଭାରତର ପ୍ରଗତି ବିଷୟରେ ଅଧିକ ଜାଣିବା ସହ ନିମ୍ନରେ ଉଲ୍ଲେଖ କରାଯାଇଥିବା ରୋମାଞ୍ଚକର ପୁରସ୍କାର ଜିତିବାର ସୁଯୋଗ ପାଇବେ  

1  ମ  ପୁରସ୍କାର ସ୍ୱରୂପ 1,00,000/- ଟଙ୍କା ପ୍ରଦାନ କରାଯିବ 

2  ୟ  ପୁରସ୍କାର ସ୍ୱରୂପ 75,000/- ଟଙ୍କା ପ୍ରଦାନ କରାଯିବ 

3  ୟ  ପୁରସ୍କାର ସ୍ୱରୂପ 50,000/- ଟଙ୍କା ପ୍ରଦାନ କରାଯିବ 

ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପରବର୍ତ୍ତୀ 200 ଜଣଙ୍କୁ 2,000/- ଟଙ୍କାର ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ 

10 ବର୍ଷର ମନ୍ କି ବାତ୍ ଉପରେ ମାଇଁଗଭ୍ କୁଇଜ୍ ମାଧ୍ୟମରେ ଏହି ଅନନ୍ୟ ରାଷ୍ଟ୍ର ନିର୍ମାଣ ଯାତ୍ରାରେ ଯୋଗ ଦିଅନ୍ତୁ 

 

Terms and Conditions

1. କୁଇଜ୍ ଭାରତର ସମସ୍ତ ନାଗରିକ କିମ୍ବା ଭାରତୀୟ ବଂଶୋଦ୍ଭବମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । 

2. କୁଇଜ୍ 12ଟି ଭାଷାରେ ଉପଲବ୍ଧ ହେବ – ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ । 

3. କୁଇଜ୍ ପାଇଁ ଆକ୍ସେସ୍ କେବଳ ମାଇଁଗଭ୍ ପ୍ଲାଟଫର୍ମ ମାଧ୍ୟମରେ ହେବ ଏବଂ ଅନ୍ୟ କୌଣସି ଚ୍ୟାନେଲ୍ ଦ୍ୱାରା ହେବ ନାହିଁ 

4. ସ୍ୱୟଞ୍ଚାଳିତ ପ୍ରକ୍ରିୟା ମାଧ୍ୟମରେ ପ୍ରଶ୍ନ ବ୍ୟାଙ୍କରୁ ଯେକୌଣସି ପ୍ରଶ୍ନ ଚୟନ କରାଯିବ । 

5. କୁଇଜ୍‌ର ପ୍ରତ୍ୟେକ ପ୍ରଶ୍ନ ବହୁ-ବିକଳ୍ପ ବା ମଲ୍ଟିପଲ୍-ଚଏସ୍ ଫର୍ମାଟରେ ଅଛି ଏବଂ ସେଥିରେ କେବଳ ଗୋଟିଏ ସଠିକ୍ ବିକଳ୍ପ ରହିଛି 

6. ପ୍ରତିଯୋଗୀମାନଙ୍କୁ କେବଳ ଥରେ ଖେଳିବାକୁ ଅନୁମତି ଦିଆଯାଏ; ଏକାଧିକ ଅଂଶଗ୍ରହଣକୁ ଅନୁମତି ଦିଆଯାଏ ନାହିଁ 

7. ପ୍ରତିଯୋଗୀ “ଷ୍ଟାର୍ଟ କୁଇଜ୍” ବଟନକୁ କ୍ଲିକ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ 

8. ପ୍ରତିଯୋଗୀମାନଙ୍କ ପାଖରେ ଗୋଟିଏ କଠିନ ପ୍ରଶ୍ନକୁ ବାଦ୍ ଦେବା ଏବଂ ପରେ ତାହା ପାଖକୁ ଫେରିବାର ବିକଳ୍ପ ଥାଏ 

9. ଏହା ଏକ ସମୟ ଭିତ୍ତିକ କୁଇଜ୍ ଯେଉଁଥିରେ 10ଟି ପ୍ରଶ୍ନ ରହିଛି ଯାହାର ଉତ୍ତର 300 ସେକେଣ୍ଡରେ ଦେବାକୁ ପଡିବ 

10. କୁଇଜ୍‌ର ସମୟ ନିର୍ଦ୍ଧାରଣ ହୋଇଛି; ଜଣେ ଅଂଶଗ୍ରହଣକାରୀ ଯେତେ ଶୀଘ୍ର ସମାପ୍ତ କରିବେ, ସେମାନଙ୍କର ଜିତିବାର ସମ୍ଭାବନା ସେତେ ଭଲ ହେବ 

11. କୁଇଜ୍‌ରେ କୌଣସି ନେଗେଟିଭ୍ ମାର୍କିଂ ନାହିଁ 

12. ଯଦି ଏକାଧିକ ପ୍ରତିଯୋଗୀଙ୍କର ସମାନ ସଂଖ୍ୟକ ସଠିକ୍ ଉତ୍ତର ଥାଏ ତେବେ ସବୁଠାରୁ କମ୍ ସମୟ ନେଇଥିବା ପ୍ରତିଯୋଗୀଙ୍କୁ ବିଜେତା ଘୋଷିତ କରାଯିବ 

13. ସଫଳତା ସହ ସମ୍ପୂର୍ଣ୍ଣ ହେବା ପରେ, ପ୍ରତିଯୋଗୀମାନେ ସେମାନଙ୍କ ଅଂଶଗ୍ରହଣ ଓ ସମାପ୍ତିକୁ ଚିହ୍ନଟ କରି ଏକ ଡିଜିଟାଲ ଅଂଶଗ୍ରହଣ ପ୍ରମାଣପତ୍ର ସ୍ୱୟଞ୍ଚାଳିତ ଭାବେ ଡାଉନ୍‌ଲୋଡ୍ କରିପାରିବେ। 

14. ପ୍ରତିଯୋଗୀମାନେ କୁଇଜ୍ ନେବା ସମୟରେ ପୃଷ୍ଠାକୁ ରିଫ୍ରେସ୍ କରିବେ ନାହିଁ ଏବଂ ସେମାନଙ୍କ ଏଣ୍ଟ୍ରି ପଞ୍ଜୀକରଣ କରିବା ପାଇଁ ପେଜକୁ ସବମିଟ୍ କରିବେ 

15. ଘୋଷଣା କରାଯାଇଥିବା ବିଜେତାମାନଙ୍କୁ ସେମାନଙ୍କ ମାଇଁଗଭ୍ ପ୍ରୋଫାଇଲରେ ପୁରସ୍କାର ରାଶି ବିତରଣ ପାଇଁ ସେମାନଙ୍କର ବ୍ୟାଙ୍କ ବିବରଣୀ ଅପଡେଟ୍ କରିବାକୁ ପଡିବ । ପୁରସ୍କାର ରାଶି ବିତରଣ ପାଇଁ ମାଇଁଗଭ୍ ପ୍ରୋଫାଇଲରେ ଥିବା ୟୁଜର ନେମ୍ ବ୍ୟାଙ୍କ ଆକାଉଣ୍ଟରେ ଥିବା ନାମ ସହ ମେଳ ଖାଇବା ଆବଶ୍ୟକ । 

16. ପ୍ରତିଯୋଗୀମାନଙ୍କୁ ସେମାନଙ୍କର ନାମ, ଇ-ମେଲ ଠିକଣା, ମୋବାଇଲ ନମ୍ବର ଏବଂ ସହର ପ୍ରଦାନ କରିବାକୁ ପଡିବ ଏହି ବିବରଣୀଗୁଡ଼ିକୁ ଦାଖଲ କରି, ପ୍ରତିଯୋଗୀମାନେ କୁଇଜ୍‌ର ଉଦ୍ଦେଶ୍ୟ ପାଇଁ ସେମାନଙ୍କର ବ୍ୟବହାର ପାଇଁ ସମ୍ମତି ଦିଅନ୍ତି 

17. ସମାନ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଠିକଣା କୁଇଜ୍‌ରେ ଅଂଶଗ୍ରହଣ ପାଇଁ ଏକାଧିକ ଥର ବ୍ୟବହାର କରାଯାଇପାରିବ ନାହିଁ 

18. ମାଇଁଗଭ୍ ଯେକୌଣସି ୟୁଜର୍‌ଙ୍କ କୌଣସି ଅସଦାଚରଣ କିମ୍ବା ଅସଙ୍ଗତି ପାଇଁ ଅଂଶଗ୍ରହଣକୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ରଖିଥାଏ 

19. ମାଇଁଗଭ୍‌ ପାଖରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ଯେକୌଣସି ମୁହୂର୍ତ୍ତରେ କୁଇଜକୁ ସଂଶୋଧନ ବା ବନ୍ଦ କରିବାର ସମସ୍ତ ଅଧିକାର ରହିଛି। ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ଓ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି। 

20. କୁଇଜ୍ ଉପରେ ମାଇଗଭ୍‌ର ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ ଏବଂ ଏହା ବିଷୟରେ କୌଣସି ପତ୍ର ବିନିମୟ ବ୍ୟବସ୍ଥା କରାଯିବ ନାହିଁ। 

21. ପ୍ରତିଯୋଗୀମାନେ ସମସ୍ତ ଅପଡେଟ୍ ପାଇଁ ବିଷୟବସ୍ତୁ ଉପରେ ନିୟମିତ ଯାଞ୍ଚ କରିବା ଆବଶ୍ୟକ। 

22. ମାଇଁଗଭ୍ କୁଇଜ୍ ଏବଂ / କିମ୍ବା ସର୍ତ୍ତ ଓ ନିୟମାବଳୀ / ବୈଷୟିକ ପାରାମିଟର / ମୂଲ୍ୟାଙ୍କନ ମାନଦଣ୍ଡର ସମସ୍ତ କିମ୍ବା କୌଣସି ଅଂଶକୁ ରଦ୍ଦ କିମ୍ବା ସଂଶୋଧନ କରିବାର ଅଧିକାରକୁ ସଂରକ୍ଷିତ ରଖେ । ତେବେ, ସର୍ତ୍ତ ଓ ନିୟମାବଳୀ/ ବୈଷୟିକ ମାନଦଣ୍ଡ/ ମୂଲ୍ୟାଙ୍କନ ମାନଦଣ୍ଡରେ କୌଣସି ପରିବର୍ତ୍ତନ, କିମ୍ବା ପ୍ରତିଯୋଗିତା ବାତିଲ ଇତ୍ୟାଦି ପ୍ଲାଟଫର୍ମରେ ଅପଡେଟ୍‌/ ପୋଷ୍ଟ କରାଯିବ ।