GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

Next-Gen GST Reforms Quiz (Odia)

Start Date : 15 Sep 2025, 10:00 am
End Date : 15 Oct 2025, 11:45 pm
Closed View Result
Quiz Closed

About Quiz

2017ରେ ଯେତେବେଳେ ସାମଗ୍ରୀ ଓ ସେବା କର (GST) ପ୍ରବର୍ତ୍ତନ କରାଗଲା, ଏହା ରାଷ୍ଟ୍ରକୁ ଏକକ ବଜାରରେ ଏକତ୍ରୀକରଣ କରି ଭାରତର ଆର୍ଥିକ ଯାତ୍ରାରେ ଏକ ଐତିହାସିକ ମୋଡ଼ ଆଣିଥିଲା। ବର୍ଷ ବର୍ଷ ଧରି, GST ପରୋକ୍ଷ କର ବ୍ୟବସ୍ଥାକୁ ସରଳ କରିଛି, ସ୍ୱଚ୍ଛତା ବୃଦ୍ଧି କରିଛି ଏବଂ ଅନୁପାଳନକୁ ସୁଦୃଢ଼ କରିଛି।

 

ଏହି ଭିତ୍ତିଭୂମି ଉପରେ ଆଧାର କରି, ଭାରତ ସରକାର ବର୍ତ୍ତମାନ ‘ନେକ୍ସ୍ଟ-ଜେନ୍ GST ସଂସ୍କାର’ ଆରମ୍ଭ କରିଛନ୍ତି, ଯାହା କର ପ୍ରଣାଳୀକୁ ଆହୁରି ଅଧିକ ସୁଗମ, ଦକ୍ଷ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ କରିବା ପାଇଁ ପରିକଳ୍ପିତ। ଏହି ସଂସ୍କାରଗୁଡ଼ିକର ଲକ୍ଷ୍ୟ ହେଉଛି ବ୍ୟବସାୟଗୁଡ଼ିକୁ ସଶକ୍ତ କରିବା, ଜଟିଳତା ହ୍ରାସ କରିବା ଏବଂ ବ୍ୟବସାୟ କରିବାର ସାମଗ୍ରିକ ସହଜତାକୁ ଉନ୍ନତ କରିବା, ଏବଂ ଏଥିସହିତ ଉପଭୋକ୍ତାମାନଙ୍କ ପାଇଁ ଅଧିକ ଲାଭ ସୁନିଶ୍ଚିତ କରିବା।

 

ଏହି ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିକାଶଶୀଳ କର ବ୍ୟବସ୍ଥା ସହିତ ଜଡ଼ିତ ହେବାକୁ ନାଗରିକମାନଙ୍କୁ ଉତ୍ସାହିତ କରିବା ପାଇଁ, ମାଇଁଗଭ୍ ‘ନେକ୍ସ୍ଟ-ଜେନ୍ GST ସଂସ୍କାର କ୍ୱିଜ୍’ ଆୟୋଜନ କରୁଛି।

 

ଏହି କ୍ୱିଜ୍ ନାଗରିକ, ଛାତ୍ରଛାତ୍ରୀ, ପେସାଦାର, ଉଦ୍ୟୋଗୀ ଏବଂ କରଦାତା ସମସ୍ତଙ୍କ ପାଇଁ GST ବିଷୟରେ ନିଜର ଜ୍ଞାନ ପରୀକ୍ଷା କରିବା, GSTର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ବୁଝିବା ଏବଂ ଭାରତର ବିକାଶ କାହାଣୀକୁ ଗଢ଼ିବାରେ ଏହାର ଭୂମିକାକୁ ପ୍ରଶଂସା କରିବାର ଏକ ସୁଯୋଗ।

 

କ୍ୱିଜରେ ଯୋଗ ଦିଅନ୍ତୁ, ନିଜର ସଚେତନତା ବୃଦ୍ଧି କରନ୍ତୁ, ଏବଂ ଏକ ସରଳ, ସ୍ମାର୍ଟ ଓ ଅଧିକ ଅନ୍ତର୍ଭୁକ୍ତୀକରଣ କର ପ୍ରଣାଳୀ ଦିଗରେ ଭାରତର ଯାତ୍ରାର ଏକ ଅଂଶ ହୁଅନ୍ତୁ।

 

ପୁରସ୍କାର:

1.ଶ୍ରେଷ୍ଠ 10 ଜଣ ଅଂଶଗ୍ରହଣକାରୀଙ୍କୁ 5000/- ଟଙ୍କା ପୁରସ୍କୃତ କରାଯିବ।

2.ପରବର୍ତ୍ତୀ 20 ଜଣ ଅଂଶଗ୍ରହଣକାରୀଙ୍କୁ 2000/- ଟଙ୍କା ପୁରସ୍କୃତ କରାଯିବ।

3.ପରବର୍ତ୍ତୀ 50 ଜଣ ଅଂଶଗ୍ରହଣକାରୀଙ୍କୁ 1000/- ଟଙ୍କା ପୁରସ୍କୃତ କରାଯିବ।

Terms and Conditions

1.      କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ।

2.      ଅଂଶଗ୍ରହଣକାରୀ ‘ପ୍ଲେ କ୍ୱିଜ୍’ ବଟନ୍‌ ଉପରେ କ୍ଲିକ୍ କରିବା ମାତ୍ରେ କ୍ୱିଜ୍ ଆରମ୍ଭ ହୋଇଯିବ।

3.      କ୍ୱିଜରେ 10ଟି ପ୍ରଶ୍ନ ରହିବ, ଯାହାର ଉତ୍ତର 300 ସେକେଣ୍ଡ ମଧ୍ୟରେ ଦେବାକୁ ହେବ। ଏଥିରେ ନେଗେଟିଭ୍ ମାର୍କିଂ ରହିବ ନାହିଁ।

4.      ନିର୍ଦ୍ଧାରିତ ସମୟ ବ୍ୟତୀତ ଅନ୍ୟ ସମୟରେ ଅଂଶଗ୍ରହଣକୁ ବିଚାରକୁ ନିଆଯିବ ନାହିଁ।

5.      ପ୍ରତିଯୋଗୀମାନେ ନିଜ ମାଇଁଗଭ୍ ପ୍ରୋଫାଇଲ୍ ଅପଡେଟ୍ କରିବାକୁ ନିଶ୍ଚିତ କରିବେ ଯାହାଦ୍ୱାରା ପରବର୍ତ୍ତୀ ଯୋଗାଯୋଗ ହୋଇପାରିବ । ଏକ ଅସପୂର୍ଣ୍ଣ ପ୍ରୋଫାଇଲ୍ ବିଜେତା ହେବା ପାଇଁ ଯୋଗ୍ୟ ହେବ ନାହିଁ।

6.      ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ID ମାଧ୍ୟମରେ କେବଳ ଥରେ ମାତ୍ର କ୍ୱିଜ୍ ଖେଳିବାକୁ ଅନୁମତି ଦିଆଯିବ। ଅଂଶଗ୍ରହଣ ପାଇଁ ସମାନ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡିକୁ ଗୋଟିଏରୁ ଅଧିକ ଥର ବ୍ୟବହାର କରାଯାଇପାରିବ ନାହିଁ।

7.      ଦି କୌଣସି ଅଂଶଗ୍ରହଣକାରୀ ମୋବାଇଲ୍ ନମ୍ବର ଏବଂ ଇମେଲ୍ ID ଉଭୟ ବ୍ୟବହାର କରି ଖେଳିଥାନ୍ତି, ତେବେ କେବଳ ଗୋଟିଏ ଦାଖଲ କରାଯାଇଥିବା ଏଣ୍ଟ୍ରିକୁ ବୈଧ ବୋଲି ବିବେଚନା କରାଯିବ ଏବଂ ବିଜେତା ଚୟନ ପ୍ରକ୍ରିୟା ପାଇଁ ଯୋଗ୍ୟ ବିବେଚିତ ହେବ।

8.      କୌଣସି ଅପ୍ରତ୍ୟାଶିତ ପରିସ୍ଥିତିରେ, ମାଇଁଗଭ୍ ଯେକୌଣସି ସମୟରେ କ୍ୱିଜକୁ ପରିବର୍ତ୍ତନ କରିବାର ବା ବନ୍ଦ କରିବାର ଅଧିକାର ରଖେ। ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ଓ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି।

9.      ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ନାମ, ଇମେଲ୍ ଠିକଣା, ଜନ୍ମ ତାରିଖ, ଯୋଗାଯୋଗ ଠିକଣା ଏବଂ ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ପଡ଼ିବ। ନିଜର ବିବରଣୀ ଦାଖଲ କରିବା ଦ୍ୱାରା, ଅଂଶଗ୍ରହଣକାରୀମାନେ ଏହି ବିବରଣୀଗୁଡ଼ିକୁ କ୍ୱିଜ୍ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସମ୍ମତି ପ୍ରଦାନ କରନ୍ତି।

10.  ଯଦି ମାଇଁଗଭ୍ କୌଣସି ଅଂଶଗ୍ରହଣକାରୀଙ୍କ ଅଂଶଗ୍ରହଣ ବା ସମ୍ପୃକ୍ତିକୁ କ୍ୱିଜ୍ ପାଇଁ କ୍ଷତିକାରକ ମନେ କରେ, ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାର କିମ୍ବା ତାଙ୍କ ଅଂଶଗ୍ରହଣକୁ ପ୍ରତ୍ୟାଖ୍ୟାନ କରିବାର ସମସ୍ତ ଅଧିକାର ସଂରକ୍ଷିତ ରଖେ। ଯଦି ପ୍ରାପ୍ତ ହୋଇଥିବା ସୂଚନା ଅସ୍ପଷ୍ଟ, ଅସଂପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହେଲେ ଅଂଶଗ୍ରହଣକୁ ରଦ୍ଦ କରାଯିବ।

11.  କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଥିବା ଅନ୍ୟ କୌଣସି ତ୍ରୁଟି କାରଣରୁ ହଜିଯାଇଥିବା, ବିଳମ୍ବରେ ପହଞ୍ଚିଥିବା, ଅସମ୍ପୂର୍ଣ୍ଣ କିମ୍ବା ପ୍ରସାରିତ ହୋଇନଥିବା ଏଣ୍ଟ୍ରିଗୁଡ଼ିକ ପାଇଁ ମାଇଁଗଭ୍ କୌଣସି ଦାୟିତ୍ୱ ଗ୍ରହଣ କରିବ ନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ। 

12.  ମାଇଁଗଭ୍ କର୍ମଚାରୀ କିମ୍ବା କ୍ୱିଜ୍ ଆୟୋଜନ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂଯୁକ୍ତ କର୍ମଚାରୀମାନେ ଏହି କ୍ୱିଜରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ନୁହଁନ୍ତି। ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ ।

13.  କ୍ୱିଜ୍ ସମ୍ବନ୍ଧରେ ମାଇଁଗଭ୍‌ର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ, ଏବଂ ଏହି ବିଷୟରେ କୌଣସି ପତ୍ରାଳାପ କରାଯିବ ନାହିଁ।

14.  ସମସ୍ତ ଅପଡେଟ୍ ପାଇଁ ଅଂଶଗ୍ରହଣକାରୀମାନେ ବିଷୟବସ୍ତୁକୁ ନିୟମିତ ଭାବେ ଯାଞ୍ଚ କରିବା ଆବଶ୍ୟକ।

15.  ସଫଳତାପୂର୍ବକ ସମାପ୍ତ କରିବା ପରେ, ଅଂଶଗ୍ରହଣକାରୀ ନିଜର ଅଂଶଗ୍ରହଣ ଏବଂ ସମାପ୍ତିକୁ ସ୍ୱୀକୃତି ଦେଉଥିବା ଏକ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ସ୍ୱୟଂଚାଳିତ ଭାବେ ଡାଉନଲୋଡ୍ କରିପାରିବେ।

16.  କୁଇଜ୍‌ରେ ଅଂଶଗ୍ରହଣ କରି ପ୍ରତିଯୋଗୀମାନେ କୁଇଜ୍ ପ୍ରତିଯୋଗିତାର ସମସ୍ତ ସର୍ତ୍ତ ଓ ନିୟମାବଳୀକୁ ପାଳନ କରିବେ, ଯେଉଁଥିରେ ସମସ୍ତ ପ୍ରକାର ସଂଶୋଧନ କିମ୍ବା ଅଭିଷ୍ୟତରେ ହେବାକୁ ଥିବା ଅପଡେଟ୍ ସାମିଲ୍ ରହିଛି ।

17.  ସମସ୍ତ ବିବାଦ/ ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ରରେ ରହିଛି । ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ ପରବର୍ତ୍ତୀ ସମୟରେ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ ।