GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment

National Unity Day Quiz (Odia)

Start Date : 31 Oct 2024, 10:00 am
End Date : 26 Nov 2024, 6:00 pm
Closed
Quiz Closed

About Quiz

ଭାରତର ଲୌହମାନବ ଭାବରେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଦେଶର ରାଜନୈତିକ ସଂହତି ଓ ଅଖଣ୍ଡତାକୁ ସୁନିଶ୍ଚିତ କରି ଦେଶୀୟ ରାଜ୍ୟଗୁଡ଼ିକୁ ଭାରତୀୟ ସଙ୍ଘରେ ଏକତ୍ର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ରାଷ୍ଟ୍ରୀୟ ଏକତା ପ୍ରତି ତାଙ୍କର ଦୃଢ଼ ସମର୍ପଣ ଏବଂ ରାଜ୍ୟ ଗୁଡ଼ିକୁ ଏକତ୍ରିକରଣ କରିବାରେ ତାଙ୍କର ନେତୃତ୍ୱ ଭାରତର ଇତିହାସରେ ଏକ ଅକ୍ଷୁର୍ଣ୍ଣ ଛାପ ଛାଡିଯାଇଛି 

ପ୍ରତିବର୍ଷ ଅକ୍ଟୋବର 31  ରେ  ଜାତୀୟ ଏକତା ଦିବସ ପାଳନ କରାଯାଏ ଏବଂ ଏହା ଭାରତର ବିବିଧତାରେ ଏକତା, ଶକ୍ତି ଏବଂ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବାରେ ତାଙ୍କ ଅତୁଳନୀୟ ନେତୃତ୍ୱ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଅଟେ । ଏହି ଦିବସଟି ସମସ୍ତ ନାଗରିକମାନଙ୍କୁ ଜାତୀୟ ଏକତାର ମହତ୍ତ୍ୱକୁ ପ୍ରତିଫଳିତ କରିବାକୁ ଏବଂ ଏକ ଶକ୍ତିଶାଳୀ ଏବଂ ଅଧିକ ସଙ୍ଗଠିତ ଭାରତ ନିର୍ମାଣରେ ଯୋଗଦାନ କରିବାକୁ ଉତ୍ସାହିତ କରେ ।

ତାଙ୍କର ଅସାଧାରଣ ଅବଦାନ ଏବଂ ଆଦର୍ଶକୁ ସମ୍ମାନ ଦେବା ପାଇଁ ଏକ ଦେଶବ୍ୟାପୀ କୁଇଜ୍, “ଜାତୀୟ ଏକତା ଦିବସ କୁଇଜ୍” ମାଇଁଗଭ୍ ପ୍ଲାଟଫର୍ମରେ ଆୟୋଜନ କରାଯାଉଛି । ଏହି କୁଇଜ୍‌ର ଉଦ୍ଦେଶ୍ୟ ଭାରତର ଯୁବବର୍ଗ ଏବଂ ନାଗରିକମାନଙ୍କୁ ସର୍ଦ୍ଦାର ପଟେଲଙ୍କର ମୂଲ୍ୟ, ନୀତି ଏବଂ ଅଖଣ୍ଡ ଭାରତ ପାଇଁ ପରିକଳ୍ପନା ପ୍ରଦର୍ଶନ କରି ପ୍ରେରିତ କରିବା । ଏହା ମଧ୍ୟ ଜାତୀୟ ସଂହତି ଏବଂ ବିକାଶ ପ୍ରତି ଭାରତ ସରକାରଙ୍କ ପ୍ରୟାସକୁ ପ୍ରଦର୍ଶିତ କରେ । 

କୁଇଜ୍ ଇଂରାଜୀ ଓ ହିନ୍ଦୀ ସମେତ 12ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ, ଯାହା ଫଳରେ ଏହା ବ୍ୟାପକ ଦର୍ଶକଙ୍କ ପାଖରେ ପହଞ୍ଚି ପାରୁଛି ।

 

ପରିତୋଷ/ପୁରସ୍କାର

– ପ୍ରଥମ ପୁରସ୍କାର ବିଜେତାଙ୍କୁ ₹ 1,00,000/- ପୁରସ୍କାର ରାଶି ପ୍ରଦାନ କରାଯିବ ।  

– ଦ୍ୱିତୀୟ ପୁରସ୍କାର ବିଜେତାଙ୍କୁ ₹ 75,000/- ପ୍ରଦାନ କରାଯିବ ।  

– ତୃତୀୟ ପୁରସ୍କାର ବିଜେତାଙ୍କୁ ₹ 50,000/- ପ୍ରଦାନ କରାଯିବ ।  

200 ପ୍ରତିଯୋଗୀଙ୍କୁ 2 ହଜାର ଟଙ୍କା ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ ।  

ଏଥିସହିତ 100 ଜଣ ପ୍ରତିଯୋଗୀଙ୍କୁ 1 ହଜାର ଟଙ୍କା ଲେଖାଏଁ ଅତିରିକ୍ତ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ ।

 

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦୃଷ୍ଟି, ନେତୃତ୍ୱ ଏବଂ ଜୀବନାଦର୍ଶକୁ ପାଳନ କରିବାରେ ଆମ ସହିତ ସାମିଲ ହୁଅନ୍ତୁ 

Terms and Conditions

1.     କୁଇଜ୍‌କୁ ଏଣ୍ଟ୍ରି ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଅଟେ 

2.     300 ସେକେଣ୍ଡରେ 10ଟି ପ୍ରଶ୍ନର ଉତ୍ତର ଦେବା ସହିତ ଏହା ଏକ ସମୟବଦ୍ଧ କୁଇଜ୍ ଅଟେ

3.     ଏଥିରେ ନେଗେଟିଭ୍ ମାର୍କିଂ ହେବ ନାହିଁ

4.     କୁଇଜ୍ 12ଟି ଭାଷାରେ ଉପଲବ୍ଧ ହେବ – ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମଲୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ

5.     ଏଥିପାଇଁ ଆପଣଙ୍କୁ ଆପଣଙ୍କ ନାମ, ଇମେଲ୍ ଠିକଣା, ଟେଲିଫୋନ୍ ନମ୍ବର ଏବଂ ଡାକ ଠିକଣା ଦେବାକୁ ପଡ଼ିବ। ଆପଣଙ୍କର ଯୋଗାଯୋଗ ବିବରଣୀ ଦାଖଲ କରି, ଆପଣ ଏହି ବିବରଣୀଗୁଡ଼ିକ କୁଇଜ୍‌ର ଉଦ୍ଦେଶ୍ୟ ପାଇଁ ଏବଂ ପ୍ରଚାର ବିଷୟବସ୍ତୁ ଗ୍ରହଣ କରିବା ପାଇଁ ବ୍ୟବହାର କରାଯାଉଥିବା ପାଇଁ ସମ୍ମତି ପ୍ରଦାନ କରିବେ । 

6.     ଘୋଷଣା କରାଯାଇଥିବା ବିଜେତାମାନଙ୍କୁ ସେମାନଙ୍କ ମାଇଁଗଭ୍ ପ୍ରୋଫାଇଲରେ ପୁରସ୍କାର ରାଶି ବିତରଣ ପାଇଁ ସେମାନଙ୍କର ବ୍ୟାଙ୍କ ବିବରଣୀ ଅପଡେଟ୍ କରିବାକୁ ପଡିବ। ପୁରସ୍କାର ରାଶି ବିତରଣ ପାଇଁ ମାଇଁଗଭ୍ ପ୍ରୋଫାଇଲରେ ଥିବା ୟୁଜର ନେମ୍ ବ୍ୟାଙ୍କ ଆକାଉଣ୍ଟରେ ଥିବା ନାମ ସହ ସମାନ ହେବା ଆବଶ୍ୟକ । 

7.     ସ୍ୱୟଞ୍ଚାଳିତ ପ୍ରକ୍ରିୟା ମାଧ୍ୟମରେ ପ୍ରଶ୍ନ ବ୍ୟାଙ୍କରୁ ଯେକୌଣସି ପ୍ରଶ୍ନ ଚୟନ କରାଯିବ । 

8.     ପ୍ରତିଯୋଗୀ ଷ୍ଟାର୍ଟ କୁଇଜ୍ ବଟନ୍ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହୋଇଯିବ

9.     ଥରେ ଦାଖଲ କରିବା ପରେ ଗୋଟିଏ ଏଣ୍ଟ୍ରିକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ । 

10.  ଯଦି ଏହା ଜଣାପଡ଼େ ଯେ ପ୍ରତିଯୋଗୀ କୁଇଜ୍‌କୁ ଯଥା ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ଅସତ୍ ଉପାୟ ବ୍ୟବହାର କରିଛନ୍ତି, ତେବେ ଏଣ୍ଟ୍ରି ଅଯୋଗ୍ୟ ବିବେଚିତ ହୋଇପାରେ

11.  ଆୟୋଜକମାନେ ସେହି ଏଣ୍ଟ୍ରିଗୁଡ଼ିକ ପାଇଁ କୌଣସି ଉତ୍ତରଦାୟିତ୍ୱ ଗ୍ରହଣ କରିବେ ନାହିଁ ଯାହା ହଜିଯାଇଛି, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ ଅଛି କିମ୍ବା କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅନ୍ୟ କୌଣସି ତ୍ରୁଟି ଯୋଗୁଁ ସଞ୍ଚାରିତ ହୋଇନାହିଁ । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ। 

12.  ଅପ୍ରତ୍ୟାଶିତ ପରିସ୍ଥିତିରେ ଆୟୋଜକମାନେ ଯେକୌଣସି ସମୟରେ କୁଇଜ୍‌ରେ ସଂଶୋଧନ କିମ୍ବା ପ୍ରତ୍ୟାହାର କରିବାର ଅଧିକାର ସୁରକ୍ଷିତ ରଖନ୍ତି। ସନ୍ଦେହକୁ ଏଡ଼ାଇବା ପାଇଁ ଏଥିରେ ଏହି ନିୟମ ଏବଂ ସର୍ତ୍ତାବଳୀରେ ସଂଶୋଧନ କରିବାର ଅଧିକାର ଅନ୍ତର୍ଭୁକ୍ତ । 

13.  ପ୍ରତିଯୋଗୀକାରୀ ସମୟ ସମୟରେ କୁଇଜ୍‌ରେ ଭାଗ ନେବାର ସମସ୍ତ ନୀତି ନିୟମ ପାଳନ କରିବେ ।

14.  ଆୟୋଜକମାନେ କୌଣସି ପ୍ରତିଯୋଗୀଙ୍କ ଅଂଶଗ୍ରହଣ କିମ୍ବା ସହଯୋଗକୁ ଅଯୋଗ୍ୟ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ସମସ୍ତ ଅଧିକାର ସଂରକ୍ଷିତ ରଖନ୍ତି, ଯାହା କୁଇଜ୍ କିମ୍ବା କୁଇଜ୍‌ର ଆୟୋଜକ କିମ୍ବା ଭାଗିଦାରଙ୍କ ପାଇଁ କ୍ଷତିକାରକ ଅଟେ । ଯଦି ଆୟୋଜକମାନଙ୍କ ଦ୍ୱାରା ପ୍ରାପ୍ତ ସୂଚନା ଅସ୍ପଷ୍ଟ, ଅସମ୍ପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିଯୁକ୍ତ ଅଟେ ତେବେ ପଞ୍ଜୀକରଣଗୁଡ଼ିକ ଶୂନ୍ୟ ହୋଇଯିବ । 

15.  ମାଇଁଗଭ୍ କର୍ମଚାରୀ ଏବଂ ଏହାର ସହବନ୍ଧିତ ଏଜେନ୍ସି କିମ୍ବା କୁଇଜ୍‌ର ହୋଷ୍ଟିଙ୍ଗ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ କର୍ମଚାରୀ, କୁଇଜ୍‌ରେ ଭାଗ ନେବା ପାଇଁ ଯୋଗ୍ୟ ନୁହଁନ୍ତି ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ ।

16.  କୁଇଜ୍ ଉପରେ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ ଏବଂ ଏହା ସମ୍ବନ୍ଧରେ କୌଣସି ଚିଠିପତ୍ର ଗ୍ରହଣ କରାଯିବ ନାହିଁ ।

17.  କୁଇଜ୍‌ରେ ଭାଗ ନେବା ଦ୍ୱାରା, ପ୍ରତିଯୋଗୀମାନେ ଉପରେ ଉଲ୍ଲେଖ କରାଯାଇଥିବା ସର୍ତ୍ତାବଳୀକୁ ଗ୍ରହଣ କରନ୍ତି ଏବଂ ରାଜି ହୁଅନ୍ତି 

18.  ଏହି ସର୍ତ୍ତାବଳୀଗୁଡ଼ିକ ଭାରତୀୟ ନ୍ୟାୟପାଳିକାର ଆଇନ ଦ୍ୱାରା ନିୟନ୍ତ୍ରିତ ହେବ । 

19.  ପ୍ରତିଯୋଗିତା/ଏହାର ଏଣ୍ଟ୍ରି/ବିଜେତା/ବିଶେଷ ଉଲ୍ଲେଖରୁ ଉତ୍ପନ୍ନ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କେବଳ ଦିଲ୍ଲୀ ରାଜ୍ୟର ସ୍ଥାନୀୟ କ୍ଷେତ୍ରାଧିକାର ଅଧୀନ ହେବ । ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ   

20.    ଯଦି ଅନୁବାଦିତ ବିଷୟବସ୍ତୁ ପାଇଁ କୌଣସି ସ୍ପଷ୍ଟୀକରଣ ଆବଶ୍ୟକ ହୁଏ, ତେବେ ତାହାକୁ ସୂଚିତ କରାଯାଇପାରେ    contests[at]mygov[dot]in    ଏବଂ   ହିନ୍ଦୀ/ଇଂରାଜୀ କଣ୍ଟେଣ୍ଟକୁ ରେଫର୍‌ କରାଯାଇପାରିବ । 

21.   ଅପଡେଟ୍ ପାଇଁ ପ୍ରତିଯୋଗୀମାନେ ନିୟମିତ ୱେବ୍‌ସାଇଟ୍ ଯାଞ୍ଚ କରିବା ଆବଶ୍ୟକ     .