GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

National Space Day Quiz 2026 (Odia)

Start Date : 23 Aug 2026, 9:00 am
End Date : 23 Sep 2026, 11:45 pm
Closed
Quiz Banner
  • 10 Questions
  • 300 Seconds
Login with MyGov AUTH to Play Quiz

About Quiz

ମାଇଁଗଭ୍ ପୁଣିଥରେ ଜାତୀୟ ମହାକାଶ ଦିବସ କୁଇଜ୍ 2026 ନେଇ ଆସିଛି!

ହେ ମହାକାଶ ପ୍ରେମୀମାନେ! ପ୍ରସ୍ତୁତ ହୋଇଯାଆନ୍ତୁ!

ଭାରତର ମହାକାଶ ଯାତ୍ରା ନୂଆ ଶିଖର ଛୁଇଁବାରେ ଲାଗିଛି, ଏବଂ ଭାରତର ମହାକାଶ ଅନ୍ୱେଷଣକୁ ରୂପ ଦେଇଥିବା ଅବିଶ୍ୱସନୀୟ ସଫଳତା, ମିଶନ୍, ମାଇଲଖୁଣ୍ଟ ଏବଂ ଉଦ୍ଭାବନ ବିଷୟରେ ଆପଣ କେତେ ଜାଣିଛନ୍ତି, ତାହା ପରୀକ୍ଷା କରିବାର ସମୟ ଆସିଯାଇଛି।

ଜାତୀୟ ମହାକାଶ ଦିବସ 2026 ଅବସରରେ, ମାଇଁଗଭ୍ ଆପଣଙ୍କୁ ଜାତୀୟ ମହାକାଶ ଦିବସ କୁଇଜ୍ 2026 ରେ ଅଂଶଗ୍ରହଣ କରିବାକୁ ଏବଂ ଭାରତକୁ ତାରକାମାନଙ୍କ ନିକଟରେ ପହଞ୍ଚାଉଥିବା ଉତ୍କଣ୍ଠା, ଉଦ୍ଭାବନ ଏବଂ ଅନ୍ୱେଷଣର ଭାବନାକୁ ପାଳନ କରିବାକୁ ଆମନ୍ତ୍ରଣ କରୁଛି!

ତେବେ, କଣ ଆପଣ ନିଜର ମହାକାଶ ଜ୍ଞାନକୁ ଚ୍ୟାଲେଞ୍ଜ କରିବା ପାଇଁ ପ୍ରସ୍ତୁତ ଅଛନ୍ତି?

ପ୍ରସ୍ତୁତ ରୁହନ୍ତୁ, ମହାକାଶ ପ୍ରେମୀମାନେ! କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି!

 

ପୁରସ୍କାର:

ପ୍ରଥମ ପୁରସ୍କାର: 1,00,000/- ଟଙ୍କା

ଦ୍ୱିତୀୟ ପୁରସ୍କାର: 75,000/- ଟଙ୍କା

ତୃତୀୟ ପୁରସ୍କାର: 50,000/- ଟଙ୍କା

ପରବର୍ତ୍ତୀ 100 ବିଜେତାଙ୍କୁ 2,000/- ଟଙ୍କାର ପୁରସ୍କାର ପ୍ରଦାନ କରାଯିବ

ପରବର୍ତ୍ତୀ 200 ବିଜେତାଙ୍କୁ 1,000/- ଟଙ୍କାର ପୁରସ୍କାର ପ୍ରଦାନ କରାଯିବ

ଏହି କୁଇଜ୍‌ର ଶ୍ରେଷ୍ଠ 100 ବିଜେତାଙ୍କୁ ISRO କ୍ୟାମ୍ପସ୍ ପରିଦର୍ଶନ କରିବାର ସୁଯୋଗ ମଧ୍ୟ ମିଳିବ।

Terms and Conditions

1. କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। 

2. ପ୍ରତିଯୋଗୀ ‘ପ୍ଲେ କୁଇଜ୍’ରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ। 

3. କୁଇଜ୍ ଜିତିବାର ମାନଦଣ୍ଡ ହେଉଛି 300 ସେକେଣ୍ଡ ମଧ୍ୟରେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବା।

4. ସ୍ୱଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଏକ  ସିଷ୍ଟମ୍-ଜେନେରେଟେଡ୍ ରାଣ୍ଡୋମାଇଜେସନ୍  ପଦ୍ଧତି ମାଧ୍ୟମରେ ବିଜେତା ଚୟନ କରାଯିବ।  ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ସଠିକ୍ ଉତ୍ତର ସବମିଟ୍ କରିବା ସମେତ ଉଲ୍ଲିଖିତ କୁଇଜ୍ ବିଜୟୀ ମାନଦଣ୍ଡ ପୂରଣ କରୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ  ଯୋଗ୍ୟ ଏଣ୍ଟ୍ରିଗୁଡ଼ିକର ଏକ ସେଣ୍ଟ୍ରାଲାଇଜଡ୍ ପୁଲ୍ ରେ ସାମିଲ କରାଯିବ। କେବଳ ଏକ ଅଟୋମେଟେଡ୍ ରାଣ୍ଡମ୍ ସିଲେକ୍ସନ୍ ପ୍ରକ୍ରିୟା ମାଧ୍ୟମରେ ବିଜେତାମାନଙ୍କୁ ଚୟନ କରାଯିବ।

5. ପ୍ରତିଯୋଗୀମାନେ ନିଜ ମାଇଁଗଭ୍ ପ୍ରୋଫାଇଲ୍ ଅପଡେଟ୍ କରିବା ନିଶ୍ଚିତ କରିବେ ଯାହାଦ୍ୱାରା ପରବର୍ତ୍ତୀ ଯୋଗାଯୋଗ ହୋଇପାରିବ । ଏକ ଅସପୂର୍ଣ୍ଣ ପ୍ରୋଫାଇଲ୍ ବିଜେତା ହେବା ପାଇଁ ଯୋଗ୍ୟ ହେବ ନାହିଁ।  

6. ପ୍ରଶ୍ନଗୁଡିକର ସେଟକୁ ପ୍ରଶ୍ନ ବ୍ୟାଙ୍କରୁ ସ୍ୱୟଞ୍ଚାଳିତ ପ୍ରକ୍ରିୟା ମାଧ୍ୟମରେ ଯେକୌଣସି ଭାବରେ ଚୟନ କରାଯିବ।

7. ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଗୋଟିଏ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଇଡି ଦ୍ୱାରା କେବଳ ଥରେ କୁଇଜ୍ ଖେଳିବାକୁ ଅନୁମତି ଦିଆଯାଇଛି। ଅଂଶଗ୍ରହଣ ପାଇଁ ସମାନ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ IDକୁ ଗୋଟିଏରୁ ଅଧିକ ଥର ବ୍ୟବହାର କରାଯାଇପାରିବ ନାହିଁ।

8. ଯଦି କୌଣସି ପ୍ରତିଯୋଗୀ ଉଭୟ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ବ୍ୟବହାର କରି ଖେଳିଛନ୍ତି, ତେବେ କେବଳ ଦାଖଲ କରାଯାଇଥିବା ପ୍ରଥମ ଏଣ୍ଟ୍ରିକୁ ବୈଧ ଏବଂ ବିଜେତା ଚୟନ ପ୍ରକ୍ରିୟା ପାଇଁ ଯୋଗ୍ୟ ବୋଲି ବିବେଚନା କରାଯିବ।

9. ଚନ୍ଦ୍ରଯାନ-3 କୁଇଜ୍ ଏବଂ (ଗତ ବର୍ଷଗୁଡ଼ିକର) ଜାତୀୟ ମହାକାଶ ଦିବସ କୁଇଜ୍‌ର ଟପ୍ 3 ବିଜେତାମାନେ ଟପ୍ 3 ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଚନ୍ଦ୍ରଯାନ-3 କୁଇଜ୍ ଏବଂ (ଗତ ବର୍ଷଗୁଡ଼ିକର) ଜାତୀୟ ମହାକାଶ ଦିବସ କୁଇଜ୍ ର ଯେଉଁ ବିଜେତାମାନେ ପୂର୍ବରୁ ISRO ପରିଦର୍ଶନ କରିଛନ୍ତି, ସେମାନେ ଜାତୀୟ ମହାକାଶ ଦିବସ କୁଇଜ୍ 2026 ପାଇଁ ISRO ପରିଦର୍ଶନ ନିମନ୍ତେ ଯୋଗ୍ୟ ବିବେଚିତ ହେବେ ନାହିଁ।

10. କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ଯେକୌଣସି ମୁହୂର୍ତ୍ତରେ କୁଇଜକୁ ସଂଶୋଧନ ବା ବନ୍ଦ କରିବାର ସମସ୍ତ ଅଧିକାର ମାଇଁଗଭ୍‌ ପାଖରେ ରହିଛି। ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ଓ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି।

11. ଯଦି କୌଣସି ପ୍ରତିଯୋଗୀଙ୍କ ଅଂଶଗ୍ରହଣ କିମ୍ବା ସଂଗଠନକୁ କୁଇଜ୍ ପାଇଁ କ୍ଷତିକାରକ ମନେ କରନ୍ତି ତେବେ ଯେକୌଣସି ପ୍ରତିଯୋଗୀଙ୍କ ଅଂଶଗ୍ରହଣକୁ ଅଯୋଗ୍ୟ କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ମାଇଁଗଭ୍ ସମସ୍ତ ଅଧିକାର ସଂରକ୍ଷିତ ରଖିଥାଏ। ଯଦି ପ୍ରାପ୍ତ ହୋଇଥିବା ସୂଚନା ଅସ୍ପଷ୍ଟ, ଅସଂପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହେଲେ ଅଂଶଗ୍ରହଣକୁ ରଦ୍ଦ କରାଯିବ। 

12. ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ କମ୍ପ୍ୟୁଟର ତ୍ରୁଟି କିମ୍ବା ଅନ୍ୟ କୌଣସି ତ୍ରୁଟି କାରଣରୁ ହଜିଯାଇଥିବା, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ କିମ୍ବା ପ୍ରସାରଣ ହୋଇନଥିବା ଏଣ୍ଟ୍ରିଗୁଡିକ ପାଇଁ ମାଇଁଗଭ୍ କୌଣସି ଦାୟିତ୍ୱ ଗ୍ରହଣ କରିବ ନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ।

13. ମାଇଁଗଭ୍ କର୍ମଚାରୀ କିମ୍ବା କୁଇଜ୍‌ର ହୋଷ୍ଟିଙ୍ଗ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ କର୍ମଚାରୀ, କୁଇଜ୍‌ରେ ଭାଗ ନେବା ପାଇଁ ଯୋଗ୍ୟ ନୁହଁନ୍ତି । ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ । 

14. କୁଇଜ୍‌ରେ ମାଇଁଗଭ୍‌ର ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ ଏବଂ ଏହା ସମ୍ବନ୍ଧରେ କୌଣସି ପତ୍ରାଚାର କରାଯିବ ନାହିଁ।

15. ପ୍ରତିଯୋଗୀମାନେ ସମସ୍ତ ଅପଡେଟ୍ ପାଇଁ ବିଷୟବସ୍ତୁ ଉପରେ ନିୟମିତ ଯାଞ୍ଚ କରିବା ଆବଶ୍ୟକ।

16. ସଫଳତା ସହ ସମ୍ପୂର୍ଣ୍ଣ ହେବା ପରେ, ପ୍ରତିଯୋଗୀମାନେ ସେମାନଙ୍କ ଅଂଶଗ୍ରହଣ ଓ ସମାପ୍ତିକୁ ଚିହ୍ନଟ କରି ଏକ ଡିଜିଟାଲ ଅଂଶଗ୍ରହଣ ପ୍ରମାଣପତ୍ର ସ୍ୱୟଞ୍ଚାଳିତ ଭାବେ ଡାଉନ୍‌ଲୋଡ୍ କରିପାରିବେ।

17. କୁଇଜ୍‌ରେ ଅଂଶଗ୍ରହଣ କରି ପ୍ରତିଯୋଗୀମାନେ କୁଇଜ୍ ପ୍ରତିଯୋଗିତାର ସମସ୍ତ ନିୟମାବଳୀ ଏବଂ ସର୍ତ୍ତକୁ ପାଳନ କରିବେ, ଯେଉଁଥିରେ କୌଣସି ସଂଶୋଧନ କିମ୍ବା ପରବର୍ତ୍ତୀ ଅପଡେଟ୍ ମଧ୍ୟ ସାମିଲ୍ ଅଛି।

18. ସମସ୍ତ ବିବାଦ / ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ନ୍ୟାୟିକ କ୍ଷେତ୍ରାଧିକାର ଅଧୀନରେ ବିଚାରଯୋଗ୍ୟ ହେବ। ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ

19. ଏଣିକି ନିୟମ ଓ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ ।