GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

National Space Day Quiz 2025 (Odia)

Start Date : 22 Aug 2025, 11:00 am
End Date : 5 Oct 2025, 11:45 pm
Closed View Result
Quiz Closed

About Quiz

ଚନ୍ଦ୍ରଯାନ-3ର ସଫଳ ଚନ୍ଦ୍ର ଅବତରଣ ର ଐତିହାସିକ ସଫଳତାକୁ ସ୍ମରଣ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 23କୁ “ଜାତୀୟ ମହାକାଶ ଦିବସ” ଭାବେ ଘୋଷଣା କରିଥିଲେ। ସେବେଠାରୁ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ବଢୁଥିବା ଅଗ୍ରଗତିକୁ ଆଲୋକପାତ କରି ଭାରତ ଏହି ଦିବସକୁ ଗର୍ବ ଓ ଉତ୍ସାହର ସହ ପାଳନ କରିଆସୁଛି। 

ଚଳିତ ବର୍ଷ ଭାରତ ଜାତୀୟ ମହାକାଶ ଦିବସର କ୍ରମାଗତ ତୃତୀୟ ଉତ୍ସବ ପାଳନ କରୁଛି ଯାହାର ଥିମ୍ ହେଉଛି “ଆର୍ଯ୍ୟଭଟ୍ଟରୁ ଗଗନଯାନ ପ୍ରାଚୀନ ଜ୍ଞାନରୁ ଅସୀମ ସମ୍ଭାବନା” [NSpD-2025], ମାଇଁଗଭ୍ ପ୍ରସ୍ତୁତ କରୁଛି ବହୁ ପ୍ରତୀକ୍ଷିତ ଜାତୀୟ ମହାକାଶ କୁଇଜ୍, ତେବେ ଆସନ୍ତୁ ମହାକାଶର ଚମତ୍କାର ଏବଂ ମହାକାଶ ଅନୁସନ୍ଧାନରେ ଭାରତର ଉଲ୍ଲେଖନୀୟ ଯାତ୍ରାକୁ ଅନୁସନ୍ଧାନ କରିବାକୁ ପ୍ରସ୍ତୁତ ହେବା।  

ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଅଗ୍ରଗତି ପାଇଁ ଜିଜ୍ଞାସୁତା, ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ଗର୍ବର ଭାବନାକୁ ସୁଦୃଢ଼ କରିବା ପାଇଁ ଏହି କୁଇଜ୍ ପ୍ରୟାସ କରୁଛି। 

ସବୁ ବର୍ଗର ନାଗରିକ – ଛାତ୍ର, ଶିକ୍ଷାବିତ, ବୃତ୍ତିଧାରୀ, ଏବଂ ମହାକାଶ ପ୍ରେମୀଙ୍କୁ ଏହି ଜାତୀୟ ପଦକ୍ଷେପରେ ଭାଗ ନେବା ପାଇଁ, ନିଜ ଜ୍ଞାନର ମୂଲ୍ୟାଙ୍କନ କରିବା ପାଇଁ, ଏବଂ ଦେଶର ପ୍ରଗତିରେ ଯୋଗଦାନ କରିବା ସହିତ ମହାକାଶରେ ଭାରତର ନୂତନ ଦିଗକୁ ଅନୁସରଣ କରିବା ପାଇଁ ସାମୂହିକ ଭାବେ ଉତ୍ସବ ପାଳନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । 

ବର୍ତ୍ତମାନ ଭାଗ ନିଅନ୍ତୁ ଜାତୀୟ ମହାକାଶ କୁଇଜ୍ 2025 ରେ ଓ ଭାରତର ପ୍ରେରଣାଦାୟୀ ମହାଜାଗତିକ ଯାତ୍ରାର ଏକ ଅଂଶ ହୁଅନ୍ତୁ। 

 

ପୁରସ୍କାର:

1ମ ପୁରସ୍କାର: ଟ. 1,00,000;

2ୟ ପୁରସ୍କାର: ଟ. 75,000

3ୟ ପୁରସ୍କାର: ଟ. 50,000

ପରବର୍ତ୍ତୀ 100 ଜଣ ବିଜେତା ପୁରସ୍କାର ସ୍ୱରୂପ ପାଇବେ ଟ. 2,000

ପରବର୍ତ୍ତୀ 200 ଜଣ ବିଜେତା ପୁରସ୍କାର ସ୍ୱରୂପ ପାଇବେ ଟ. 1,000

କୁଇଜ୍ର ଶ୍ରେଷ୍ଠ 100 ଜଣ ବିଜେତା ISRO କ୍ୟାମ୍ପସ ପିଦର୍ଶନ ପାଇଁ ସୁଯୋଗ ପାଇବେ।

 

Terms and Conditions

1. କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।  

2. ପ୍ରତିୟୋଗୀ ‘ପ୍ଲେ କୁଇଜ୍’ରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ।  

3. ଏହା ଏକ ସମୟବଦ୍ଧ କୁଇଜ୍ ଯେଉଁଥିରେ 10ଟି ପ୍ରଶ୍ନର ଉତ୍ତର 300 ସେକେଣ୍ଡରେ ଦେବାକୁ ପଡିବ। ଏଥିରେ ନେଗେଟିଭ୍ ମାର୍କିଂ ରହିବ ନାହିଁ।  

4. ପ୍ରତିଯୋଗୀମାନେ ନିଜ ମାଇଁଗଭ୍ ପ୍ରୋଫାଇଲ୍ ଅପଡେଟ୍ କରିବା ନିଶ୍ଚିତ କରିବେ ଯାହାଦ୍ୱାରା ପରବର୍ତ୍ତୀ ଯୋଗାଯୋଗ ହୋଇପାରିବ। ଏକ ଅସପୂର୍ଣ୍ଣ ପ୍ରୋଫାଇଲ୍ ବିଜେତା ହେବା ପାଇଁ ଯୋଗ୍ୟ ହେବ ନାହିଁ।   

5. ପ୍ରଶ୍ନଗୁଡିକର ସେଟକୁ ପ୍ରଶ୍ନ ବ୍ୟାଙ୍କରୁ ସ୍ୱୟଞ୍ଚାଳିତ ପ୍ରକ୍ରିୟା ମାଧ୍ୟମରେ ଯେକୌଣସି ଭାବରେ ଚୟନ କରାଯିବ। 

6. ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଗୋଟିଏ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଇଡି ଦ୍ୱାରା କେବଳ ଥରେ କୁଇଜ୍ ଖେଳିବାକୁ ଅନୁମତି ଦିଆଯାଇଛି। ଅଂଶଗ୍ରହଣ ପାଇଁ ସମାନ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡିକୁ ଗୋଟିଏରୁ ଅଧିକ ଥର ବ୍ୟବହାର କରାଯାଇପାରିବ ନାହିଁ। 

7. ଯଦି କୌଣସି ପ୍ରତିଯୋଗୀ ଉଭୟ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ବ୍ୟବହାର କରି ଖେଳିଛନ୍ତି, ତେବେ କେବଳ ଦାଖଲ କରାଯାଇଥିବା ପ୍ରଥମ ଏଣ୍ଟ୍ରିକୁ ବୈଧ ଏବଂ ବିଜେତା ଚୟନ ପ୍ରକ୍ରିୟା ପାଇଁ ଯୋଗ୍ୟ ବୋଲି ବିବେଚନା କରାଯିବ। 

8. ଚନ୍ଦ୍ରଯାନ-3 କୁଇଜ୍ ଏବଂ ଜାତୀୟ ମହାକାଶ ଦିବସ କୁଇଜ୍ର ଶ୍ରେଷ୍ଠ 3 ବିଜେତା ଶ୍ରେଷ୍ଠ 3 ପୁରସ୍କାର ପାଇଁ ଯୋଗ୍ୟ ହେବେ ନାହିଁ। ISRO ଗସ୍ତ କରିଥିବା ଚନ୍ଦ୍ରଯାନ-3 କୁଇଜ୍ ଏବଂ ଜାତୀୟ ମହାକାଶ ଦିବସ କୁଇଜ୍ର ବିଜେତାମାନେ ଏହି କୁଇଜ୍ ପାଇଁ ISRO ପରିଦର୍ଶନା ପାଇଁ ଯୋଗ୍ୟ ହେବେ ନାହିଁ।

9. ମାଇଗଭ୍‌ ପାଖରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ଯେକୌଣସି ମୁହୂର୍ତ୍ତରେ କୁଇଜକୁ ସଂଶୋଧନ ବା ବନ୍ଦ କରିବାର ସମସ୍ତ ଅଧିକାର ରହିଛି। ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ଓ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି। 

10. ଯଦି କୌଣସି ପ୍ରତିଯୋଗୀଙ୍କ ଅଂଶଗ୍ରହଣ କିମ୍ବା ସଂଗଠନକୁ କୁଇଜ୍ ପାଇଁ କ୍ଷତିକାରକ ମନେ କରନ୍ତି ତେବେ ଯେକୌଣସି ପ୍ରତିଯୋଗୀଙ୍କ ଅଂଶଗ୍ରହଣକୁ ଅଯୋଗ୍ୟ କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ମାଇଁଗଭ୍ ସମସ୍ତ ଅଧିକାର ସଂରକ୍ଷିତ ରଖିଥାଏ। ଯଦି ପ୍ରାପ୍ତ ହୋଇଥିବା ସୂଚନା ଅସ୍ପଷ୍ଟ, ଅସଂପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହେଲେ ଅଂଶଗ୍ରହଣକୁ ରଦ୍ଦ କରାଯିବ।  

11. ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ କମ୍ପ୍ୟୁଟର ତ୍ରୁଟି କିମ୍ବା ଅନ୍ୟ କୌଣସି ତ୍ରୁଟି କାରଣରୁ ହଜିଯାଇଥିବା, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ କିମ୍ବା ପ୍ରସାରଣ ହୋଇନଥିବା ଏଣ୍ଟ୍ରିଗୁଡିକ ପାଇଁ ମାଇଁଗଭ୍ କୌଣସି ଦାୟିତ୍ୱ ଗ୍ରହଣ କରିବ ନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ। 

12. ମାଇଁଗଭ୍ କର୍ମଚାରୀ କିମ୍ବା କୁଇଜ୍‌ର ହୋଷ୍ଟିଙ୍ଗ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ କର୍ମଚାରୀ, କୁଇଜ୍‌ରେ ଭାଗ ନେବା ପାଇଁ ଯୋଗ୍ୟ ନୁହଁନ୍ତି । ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ।  

13. କୁଇଜ୍‌ରେ ମାଇଁଗଭ୍‌ର ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ ଏବଂ ଏହା ସମ୍ବନ୍ଧରେ କୌଣସି ପତ୍ରାଚାର କରାଯିବ ନାହିଁ। 

14. ପ୍ରତିଯୋଗୀମାନେ ସମସ୍ତ ଅପଡେଟ୍ ପାଇଁ ବିଷୟବସ୍ତୁ ଉପରେ ନିୟମିତ ଯାଞ୍ଚ କରିବା ଆବଶ୍ୟକ। 

15. ସଫଳତା ସହ ସମ୍ପୂର୍ଣ୍ଣ ହେବା ପରେ, ପ୍ରତିଯୋଗୀମାନେ ସେମାନଙ୍କ ଅଂଶଗ୍ରହଣ ଓ ସମାପ୍ତିକୁ ଚିହ୍ନଟ କରି ଏକ ଡିଜିଟାଲ ଅଂଶଗ୍ରହଣ ପ୍ରମାଣପତ୍ର ସ୍ୱୟଞ୍ଚାଳିତ ଭାବେ ଡାଉନ୍‌ଲୋଡ୍ କରିପାରିବେ। 

16. କୁଇଜ୍‌ରେ ଅଂଶଗ୍ରହଣ କରି ପ୍ରତିଯୋଗୀମାନେ କୁଇଜ୍ ପ୍ରତିଯୋଗିତାର ସମସ୍ତ ନିୟମାବଳୀ ଏବଂ ସର୍ତ୍ତକୁ ପାଳନ କରିବେ, ଯେଉଁଥିରେ କୌଣସି ସଂଶୋଧନ କିମ୍ବା ପରବର୍ତ୍ତୀ ଅପଡେଟ୍ ମଧ୍ୟ ସାମିଲ୍ ଅଛି। 

17. ସମସ୍ତ ବିବାଦ/ଆଇନଗତ ଅଭିଯୋଗଗୁଡ଼ିକ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ରରେ ରହିଛି। ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ 

18. ଏଣିକି ନିୟମ ଓ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ।