GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

Digital India Quiz – A Decade of Progress (Odia)

Start Date : 1 Jul 2025, 12:00 pm
End Date : 15 Aug 2025, 11:45 pm
Closed
Quiz Closed

About Quiz

ଡିଜିଟାଲ ଇଣ୍ଡିଆର 10 ବର୍ଷ ପାଳନ କରିବା ପାଇଁ, ନାଗରିକମାନଙ୍କୁ ଡିଜିଟାଲ ଇଣ୍ଡିଆ କୁଇଜ୍ପ୍ରଗତି ଦଶନ୍ଧିରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଛି

ଏହି କୁଇଜର ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ଇଣ୍ଡିଆ ପ୍ରଣାଳୀ ବିଷୟରେ ସଚେତନତା ବୃଦ୍ଧି କରାଯିବା, ଯାହା ସରକାରୀ ପ୍ରଶାସନରେ ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିବା, ଡିଜିଟାଲ୍ ଢାଞ୍ଚାକୁ ବୃଦ୍ଧି କରିବା ସେବା ପ୍ରଦାନକୁ ସୁଗମ କରିବାରେ ପ୍ରମୁଖ ଭୂମିକା ନିଭାଇଛି।

କ୍ୱିଜ୍ ମୁଖ୍ୟତଃ ଡିଜିଟାଲ୍ ସକ୍ତିକରଣ, ସରକାରୀ ପ୍ରୟାସ, ସାଧାରଣ ଡିଜିଟାଲ୍ ସେବା, ପ୍ରଯୁକ୍ତିଗତ ନବୀନତା, ଏବଂ ଏମେରିଜିଙ୍ଗ୍ ଟେକ୍ନୋଲୋଜୀଗୁଡିକୁ ନେଇ ଗୁରୁତ୍ୱ ସହ ଧ୍ୟାନ କରିବ। ଯାହା ଏକ ଡିଜିଟାଲ୍ ଅନ୍ତର୍ଗତ ଭାରତ ବାନ୍ଧିବାରେ ଉଲ୍ଲେଖନୀୟ ଭାବରେ ସହଯୋଗ କରିଛି।

ମାଇଁଗଭ୍ ନାଗରିକ ମାନଙ୍କୁ ଡିଜିଟାଲ ଇଣ୍ଡିଆ କୁଇଜ୍ ରେ ଭାଗ ନେଇ ଗତ ଦଶନ୍ଧି ମଧ୍ୟରେ ଡିଜିଟାଲ ଇଣ୍ଡିଆ ଅଭିଯାନରେ ହୋଇଥିବା ମୁଖ୍ୟ ସଫଳତା ଓ ବିକାଶ ବିଷୟରେ ଜାଣିବା ପାଇଁ ଆମନ୍ତ୍ରଣ କରୁଛି ।

 

ପରିତୋଷ

1. ଶ୍ରେଷ୍ଠ 50 ଜଣ ବିଜେତାଙ୍କୁ ₹5,000/- ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ।

2. ପରବର୍ତ୍ତୀ 100 ବିଜେତାଙ୍କୁ ₹2,000/- ଲେଖାଏଁ ପ୍ରଦାନ କରାଯିବ 

3. ପରବର୍ତ୍ତୀ 200 ବିଜେତାଙ୍କୁ ₹1,000/-  ଲେଖାଏଁ ପ୍ରଦାନ କରାଯିବ।

Terms and Conditions

1.      କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ

2.      ପ୍ରତିଯୋଗୀପ୍ଲେ କୁଇଜ୍ଉପରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ।

3.      ଏହା ଏକ ସମୟବଦ୍ଧ କୁଇଜ୍ ଯେଉଁଥିରେ 300 ସେକେଣ୍ଡ ମଧ୍ୟରେ 10ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏଥିରେ ନେଗେଟିଭ୍ ମାର୍କିଂ ରହିବ ନାହିଁ। 

4.      ପ୍ରତିଯୋଗୀମାନେ ନିଜ ମାଇଁଗଭ୍ ପ୍ରୋଫାଇଲ୍ ଅପଡେଟ୍ କରିବାକୁ ନିଶ୍ଚିତ କରିବେ ଯାହାଦ୍ୱାରା ପରବର୍ତ୍ତୀ ଯୋଗାଯୋଗ ହୋଇପାରିବ ଏକ ଅସପୂର୍ଣ୍ଣ ପ୍ରୋଫାଇଲ୍ ବିଜେତା ହେବା ପାଇଁ ଯୋଗ୍ୟ ହେବ ନାହିଁ। 

5.      ପ୍ରତି ୟୁଜର କେବଳ ଗୋଟିଏ ଅଂଶଗ୍ରହଣ କରିପାରିବେ ଏବଂ ଦାଲ ହେବା ପରେ ଆଉ ପ୍ରତ୍ୟାହାର କରି ପାରିବେ ନାହିଁ ସମାନ ପ୍ରତିଯୋଗୀ/ଇମେଲ୍ ଆଇଡି/ମୋବାଇଲ୍ ନମ୍ବରରୁ ଏକାଧିକ ଅଂଶଗ୍ରହଣ ଗ୍ରହଣ କରାଯିବ ନାହିଁ। 

6.      କୁଇଜ୍ ଆୟୋଜନ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସଂଯୁକ୍ତ ଥିବା କର୍ମଚାରୀମାନେ କୁଇଜ୍ରେ ଭାଗ ନେବା ପାଇଁ ଯୋଗ୍ୟ ନୁହନ୍ତି। ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ  

7.      ବିଷୟ ପ୍ରତି ସଙ୍ଗଠନ ସମାନତା ବୃହତ୍ ଭାଗୀଦାରୀ କୁ ବୃହତ୍ ମହଲ ପ୍ରସାରିତ କରିବାକୁ, ପରିବାର ପ୍ରତି ବେଳେ କେବଳ ଗୋଟିଏ ଜିତୁଥିବା ମାନ୍ୟର ଏହି ପୁରସ୍କାର ପାଇଁ ଯୋଗ୍ୟତା ରଖିବ।

8.      ଆୟୋଜକମାନେ ଯଦି କୌଣସି ଅଂଶଗ୍ରହଣକାରୀଙ୍କ ଅଂଶଗ୍ରହଣ କିମ୍ବା ସଂଗଠନକୁ କୁଇଜ୍ ପାଇଁ କ୍ଷତିକାରକ ମନେ କରନ୍ତି ତେବେ ସେମାନଙ୍କ ଅଂଶଗ୍ରହଣକୁ ଅଯୋଗ୍ୟ କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ସମସ୍ତ ଅଧିକାର ସଂରକ୍ଷିତ ରଖନ୍ତି ଯଦି ପ୍ରାପ୍ତ ହୋଇଥିବା ସୂଚନା ଅସ୍ପଷ୍ଟ, ଅସଂପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହେଲେ ଅଂଶଗ୍ରହଣକୁ ରଦ୍ଦ କରାଯିବ। 

9.      ଆୟୋଜକମାନେ ସେହି ଏଣ୍ଟ୍ରିଗୁଡ଼ିକ ପାଇଁ କୌଣସି ଉତ୍ତରଦାୟିତ୍ୱ ଗ୍ରହଣ କରିବେ ନାହିଁ ଯାହା ହଜିଯାଇଛି, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ ଅଛି କିମ୍ବା କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅନ୍ୟ କୌଣସି ତ୍ରୁଟି ଯୋଗୁଁ ସଞ୍ଚାରିତ ହୋଇନାହିଁ ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏହା ପ୍ରାପ୍ତିର ପ୍ରମାଣ ନୁହେଁ। 

10.  ଅପ୍ରତ୍ୟାଶିତ ପରିସ୍ଥିତିରେ ଆୟୋଜକମାନେ ଯେକୌଣସି ସମୟରେ ପ୍ରତିଯୋଗିତାର ସର୍ତ୍ତାବଳୀରେ ସଂଶୋଧନ କରିବା କିମ୍ବା ବିଚାର ଅନୁଯାୟୀ ପ୍ରତିଯୋଗିତାକୁ ବାତିଲ କରିବାର ଅଧିକାର ସଂରକ୍ଷିତ ରଖନ୍ତି। ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି। ପ୍ରତିଯୋଗୀମାନେ ସମସ୍ତ ଅପଡେଟ୍ ପାଇଁ ୱେବସାଇଟ୍ ଯାଞ୍ଚ କରିବେ ବୋଲି ଆଶା କରାଯାଉଛି। 

11.  କୁଇଜ୍ରେ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସର୍ବମାନ୍ୟ ହେବ ଏବଂ ସଂକ୍ରାନ୍ତରେ କୌଣସି ସ୍ପଷ୍ଟୀକରଣ ଲିଖିତ ଭାବେ ଦିଆଯିବ ନାହିଁ। 

12.  ସମସ୍ତ ବିବାଦ/ ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ରରେ ରହିଛି ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ 

13.  କୁଇଜ୍ରେ ଅଂଶଗ୍ରହଣ କରି ପ୍ରତିଯୋଗୀମାନେ କୁଇଜ୍ ପ୍ରତିଯୋଗିତାର ସମସ୍ତ ସର୍ତ୍ତ ନିୟମାବଳୀକୁ ପାଳନ କରିବେ, ଯେଉଁଥିରେ ସମସ୍ତ ପ୍ରକାର ସଂଶୋଧନ କିମ୍ବା ଅଭିଷ୍ୟତରେ ହେବାକୁ ଥିବା ଅପଡେଟ୍ ସାମିଲ୍ ରହିଛି  

14.  ପରବର୍ତ୍ତୀ ସମୟରେ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ