
ଭାରତର ପାରମ୍ପରିକ ଜ୍ଞାନ ଐତିହ୍ୟ ବିଷୟରେ ଜନସଚେତନତା ବୃଦ୍ଧି କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍ସ (IKS) ଡିଭିଜନ୍, ମାଇଁଗଭ୍ ସହଯୋଗରେ ପ୍ରତିମାସରେ ଏକ ଜାତୀୟ ସ୍ତରର କୁଇଜ୍ ଆୟୋଜନ କରୁଛି। ପ୍ରତ୍ୟେକ କୁଇଜ୍ IKS ନଲେଜ୍ ଡୋମେନ୍ର ଏକ ନିର୍ଦ୍ଦିଷ୍ଟ ଥିମ୍ ବା ବିଷୟ ଉପରେ ଆଧାରିତ ହେବ। ଏହାଦ୍ୱାରା ବର୍ଷସାରା ବିଭିନ୍ନ ବିଷୟଗୁଡିକୁ ବ୍ୟବସ୍ଥିତ ଭାବରେ ସାମିଲ କରାଯାଇପାରିବ।
ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଏକ ନିରନ୍ତର ଶିକ୍ଷଣ ପରିବେଶ ସୃଷ୍ଟି କରିବା, ଯେଉଁଠାରେ ଅଂଶଗ୍ରହଣକାରୀମାନେ ଭାରତର ବୈଜ୍ଞାନିକ, ସାଂସ୍କୃତିକ ଏବଂ ଦାର୍ଶନିକ ପରମ୍ପରା ବିଷୟରେ ମଜାଦାର ଢଙ୍ଗରେ ଜାଣିପାରିବେ।
ଅଧିକ ତଥ୍ୟ ପାଇଁ ଆପଣ https://iksindia.org/ ଭିଜିଟ୍ କରିପାରିବେ।
ଏହି ମାସର ବିଷୟବସ୍ତୁ ହେଉଛି ଜୀବନଦର୍ଶନ (ଜୀବନର ଦର୍ଶନ ଓ ନୈତିକତା), ଯାହା ଏକ ଅର୍ଥପୂର୍ଣ୍ଣ ଜୀବନର ମୌଳିକ ନୀତିଗୁଡ଼ିକୁ ଉପସ୍ଥାପନ କରେ। ଏହା ଧର୍ମ (କର୍ତ୍ତବ୍ୟ ଓ ସଦାଚାର)କୁ ନୀତିଗତ ଆଚରଣ ଓ ସାମାଜିକ ସମନ୍ୱୟର ମୂଳଦୁଆ ଭାବରେ ବିବେଚନା କରେ ଏବଂ ମୋକ୍ଷ (ମୁକ୍ତି)କୁ ମାନବ ଜୀବନର ଚୂଡ଼ାନ୍ତ ଲକ୍ଷ୍ୟ ଭାବରେ ବ୍ୟାଖ୍ୟା କରେ। ଧର୍ମ ଆଚରଣ ବ୍ୟକ୍ତିଙ୍କୁ ଶୁଦ୍ଧ କରେ ଓ ତାଙ୍କୁ ମୋକ୍ଷ ପାଇଁ ପ୍ରସ୍ତୁତ କରେ, ଯାହା ଆତ୍ମ-ସାକ୍ଷାତ ଏବଂ ବନ୍ଧନରୁ ମୁକ୍ତି ମାଧ୍ୟମରେ ପ୍ରାପ୍ତ ହୁଏ।
ମୁଖ୍ୟ ଗ୍ରନ୍ଥ: ଭଗବଦ ଗୀତା, ଉପନିଷଦ, ମହାଭାରତ, ମନୁସ୍ମୃତି।
ପରିତୋଷ
1. ପ୍ରତିମାସରେ ଶ୍ରେଷ୍ଠ 5 ଜଣ ପ୍ରତିଯୋଗୀଙ୍କୁ ନିମ୍ନଲିଖିତ ପୁରସ୍କାର ପ୍ରଦାନ କରାଯିବ:
ବହି ପୁରସ୍କାର:ପ୍ରତ୍ୟେକ ବିଜେତାଙ୍କୁ ₹3,000 ମୂଲ୍ୟର IKS ଦ୍ୱାରା ମନୋନୀତ ପୁସ୍ତକର ଏକ ହାମ୍ପର୍ ମିଳିବ।
ସ୍ୱୀକୃତି: IKS ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସ ଏବଂ ଅନ୍ୟାନ୍ୟ ଅଫିସିଆଲ୍ ଯୋଗାଯୋଗ ପ୍ଲାଟଫର୍ମରେ (ଯେଉଁଠାରେ ପ୍ରଯୁଜ୍ୟ) ବିଜେତାଙ୍କ ନାମ ଘୋଷଣା କରାଯିବ।
ଅଂଶଗ୍ରହଣର ସୁଯୋଗ: କାର୍ଯ୍ୟକ୍ରମର ସ୍ୱଭାବ ଏବଂ ସମୟସାରଣୀ ଅନୁଯାୟୀ, ଦେଶର ଯେକୌଣସି ସ୍ଥାନରେ ଆୟୋଜିତ IKS ଇଭେଣ୍ଟରେ ଯୋଗଦେବା ପାଇଁ ବିଜେତାମାନଙ୍କୁ ଆମନ୍ତ୍ରିତ କରାଯାଇପାରେ।
2. ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣର ଏକ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯିବ।
1. ଏହି କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉନ୍ମୁକ୍ତ।
2. ପ୍ରତିଯୋଗୀ ‘ପ୍ଲେ କୁଇଜ୍’ରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ।
3. ଥରେ ଏଣ୍ଟ୍ରି ସବମିଟ୍ ହୋଇଗଲେ ତାହାକୁ ଆଉ ଫେରସ୍ତ ନିଆଯାଇପାରିବ ନାହିଁ।
4. ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ନାମ, ଇମେଲ୍ ଠିକଣା, ଟେଲିଫୋନ୍ ନମ୍ବର ଏବଂ ଆବଶ୍ୟକ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରିବାକୁ ପଡ଼ିବ। ନିଜର ବିବରଣୀ ଦାଖଲ କରି କୁଇଜ୍ରେ ଭାଗ ନେବା ଦ୍ୱାରା, ଅଂଶଗ୍ରହଣକାରୀମାନେ ମାଇଁଗଭ୍, ଶିକ୍ଷା ମନ୍ତ୍ରଣାଳୟ ଏବଂ IKS ଡିଭିଜନ୍କୁ ଏହି ସୂଚନା ବ୍ୟବହାର କରିବାକୁ ସମ୍ମତି ପ୍ରଦାନ କରନ୍ତି। କୁଇଜ୍ ପରିଚାଳନା ଏବଂ ଅଂଶଗ୍ରହଣକାରୀଙ୍କ ବିବରଣୀ ଯାଞ୍ଚ କରିବା ପାଇଁ ଏହାର ଆବଶ୍ୟକତା ରହିଛି।
5. ଏହି କୁଇଜ୍ର ସମୟସୀମା 5 ମିନିଟ୍ (300 ସେକେଣ୍ଡ) ରହିବ, ଯେଉଁଥିରେ ଆପଣଙ୍କୁ 10 ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ।
6. ସମାନ ପ୍ରତିଯୋଗୀଙ୍କ ଠାରୁ ଏକାଧିକ ଏଣ୍ଟ୍ରି ଗ୍ରହଣ କରାଯିବ ନାହିଁ।
7. କୁଇଜ୍ରେ ଅଂଶଗ୍ରହଣ ସମୟରେ କୌଣସି ଅନ୍ୟାୟ/ବିକୃତ ଉପାୟ/ଅପବ୍ୟବହାରର ଆବିଷ୍କାର/ଚିହ୍ନଟ/ନିରୀକ୍ଷଣ ହେଲେ, ଯେଉଁଥିରେ ନକଲି, ଏକାଧିକ ଅଂଶଗ୍ରହଣ ଇତ୍ୟାଦି ଅନ୍ତର୍ଭୁକ୍ତ କିନ୍ତୁ ସିମୀତ ନୁହେଁ, ତେବେ ଅଂଶଗ୍ରହଣକୁ ଅବୈଧ ଘୋଷଣା କରାଯିବ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯିବ। କୁଇଜ୍ ପ୍ରତିଯୋଗିତାର ଆୟୋଜକ କିମ୍ବା ସେମାନଙ୍କ ପକ୍ଷରୁ କାର୍ଯ୍ୟ କରୁଥିବା କୌଣସି ଏଜେନ୍ସି ଏହି ସମ୍ବନ୍ଧରେ ଅଧିକାର ସୁରକ୍ଷିତ ରଖନ୍ତି ।
8. କୁଇଜ୍ ଆୟୋଜନ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡ଼ିତ କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ନୁହନ୍ତି। ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ ।
9. କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଲେ, ପ୍ରତିଯୋଗିତାର ନିୟମ ଓ ସର୍ତ୍ତାବଳୀରେ ପରିବର୍ତ୍ତନ କରିବା କିମ୍ବା ପ୍ରତିଯୋଗିତାକୁ ବାତିଲ କରିବାର ଅଧିକାର ଶିକ୍ଷା ମନ୍ତ୍ରଣାଳୟ ଏବଂ ମାଇଁଗଭ୍ ପାଖରେ ସଂରକ୍ଷିତ ରହିଛି।
10. ପ୍ରତିଯୋଗୀମାନେ ସମସ୍ତ ଅପଡେଟ୍ ପାଇଁ ବିଷୟବସ୍ତୁ ଉପରେ ନିୟମିତ ଯାଞ୍ଚ କରିବା ଆବଶ୍ୟକ।
11. କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ନିୟନ୍ତ୍ରଣ ବାହାରେ ଥିବା ଅନ୍ୟ କୌଣସି କାରଣରୁ ଯଦି ଏଣ୍ଟ୍ରି ହଜିଯାଏ, ବିଳମ୍ବ ହୁଏ କିମ୍ବା ଅସମ୍ପୂର୍ଣ୍ଣ ରହେ, ତେବେ ସେଥିପାଇଁ ଶିକ୍ଷା ମନ୍ତ୍ରଣାଳୟ ଏବଂ ମାଇଁଗଭ୍ ଦାୟୀ ରହିବେ ନାହିଁ।
12. ପ୍ରତିଯୋଗୀମାନେ କୌଣସି ସଂଶୋଧନ କିମ୍ବା ପରବର୍ତ୍ତୀ ଅପଡେଟ୍ ସମେତ କୁଇଜ୍ ପ୍ରତିଯୋଗିତାର ସମସ୍ତ ସର୍ତ୍ତାବଳୀ ପାଳନ କରିବେ।
13. କୁଇଜ୍ ସମ୍ବନ୍ଧରେ IKS ଡିଭିଜନ୍, ଶିକ୍ଷା ମନ୍ତ୍ରଣାଳୟ ଏବଂ ମାଇଁଗଭ୍ର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସର୍ବମାନ୍ୟ ହେବ। ଏନେଇ କୌଣସି ପତ୍ରାଳାପ ବା ଯୋଗାଯୋଗ କରାଯିବ ନାହିଁ।
14. ସମସ୍ତ ବିବାଦ/ ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ରରେ ରହିଛି । ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ
15. କୁଇଜ୍ରେ ଭାଗ ନେବା ଅର୍ଥ ହେଉଛି ଅଂଶଗ୍ରହଣକାରୀ ଉପରୋକ୍ତ ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ଗ୍ରହଣ କରୁଛନ୍ତି ଏବଂ ମାନିବାକୁ ରାଜି ଅଛନ୍ତି।
16. କୁଇଜ୍ର ଯେକୌଣସି ଅଂଶ, ନିୟମ ଓ ସର୍ତ୍ତାବଳୀ, ଟେକ୍ନିକାଲ୍ ପାରାମିଟର କିମ୍ବା ମୂଲ୍ୟାୟନ ମାନଦଣ୍ଡକୁ ବାତିଲ କିମ୍ବା ସଂଶୋଧନ କରିବାର ଅଧିକାର ଆୟୋଜକଙ୍କ ପାଖରେ ରହିଛି। ତେବେ, ସର୍ତ୍ତ ଓ ନିୟମାବଳୀ/ ବୈଷୟିକ ମାନଦଣ୍ଡ/ ମୂଲ୍ୟାଙ୍କନ ମାନଦଣ୍ଡରେ କୌଣସି ପରିବର୍ତ୍ତନ, କିମ୍ବା ପ୍ରତିଯୋଗିତା ବାତିଲ ଇତ୍ୟାଦି ପ୍ଲାଟଫର୍ମରେ ଅପଡେଟ୍/ ପୋଷ୍ଟ କରାଯିବ ।
17. ପରବର୍ତ୍ତୀ ସମୟରେ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ ।