GOVERNMENT OF INDIA

9 Years: Seva, Sushasan aur Garib Kalyan Mahaquiz 2023 (Odia)

Start Date : 30 May 2023, 12:00 am
End Date : 15 Jul 2023, 11:45 pm
Closed
Quiz Closed

About Quiz

ସରକାରଙ୍କ ନଅ ବର୍ଷର ମାଇଲଖୁଣ୍ଟର ସ୍ମରଣୀୟ ମୁହୂର୍ତ୍ତରେ ବିଶ୍ୱର ସର୍ବବୃହତ ନାଗରିକ ସହଭାଗିତା ମଞ୍ଚ ମାଇଗଭ୍ ଉପସ୍ଥାପିତ କରୁଛି “9 ବର୍ଷ: ସେବା, ସୁଶାସନ ଓ ଗରିବ କଲ୍ୟାଣ ମହାକୁଇଜ୍ 2023.”

ଏହି କୁଇଜ୍‌ର ବିଷୟବସ୍ତୁ ଲୋକମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ଆବଶ୍ୟକତାକୁ ପୂରଣ କରୁଥିବା ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଭାରତ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି ଏବଂ ଭାରତର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିଛି। ଦେଶ ସାମାଜିକ, ଅର୍ଥନୈତିକ ଓ ଡିଜିଟାଲ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି, ଯାହା ଏହାର ନାଗରିକମାନଙ୍କ ଜୀବନରେ ଉଲ୍ଲେଖନୀୟ ଉନ୍ନତି ଆଣିଛି। “ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ପ୍ରୟାସ, ସବ୍‌କା ବିଶ୍ୱାସ” ହେଉଛି ଭାରତକୁ ବିଶ୍ୱ ମାନଚିତ୍ରରେ ସାମିଲ କରିବା ପାଇଁ ଏକ ସମାବେଶୀ ଓ ପ୍ରଗତିଶୀଳ ମନ୍ତ୍ର।

ଗତ 9 ବର୍ଷ ମଧ୍ୟରେ ଭାରତର ଗୌରବମୟ ସଫଳତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ମାଇଗଭ୍ ଆୟୋଜନ କରୁଛି: “9 ବର୍ଷ: ସେବା, ସୁଶାସନ ଓ ଗରିବ କଲ୍ୟାଣ ମହାକୁଇଜ୍ 2023″। ନାଗରିକ ମାନଙ୍କୁ ସାମିଲ କରିବା ସହ ସେମାନଙ୍କୁ ପ୍ରଗତି ବିଷରେ ସୂଚିତ କରିବା ପାଇଁ ଏହି କୁଇଜ୍ ଇଂରାଜୀ ଓ ହିନ୍ଦୀ ସମେତ 12ଟି ଭାଷାରେ ଉପଲବ୍ଧ ହେବ।

ତେଣୁ ନିଜର ବୁଦ୍ଧିମତ୍ତା ଦେଖାନ୍ତୁ ଆଉ ରୋମାଞ୍ଚକର ଉପହାର ଜିତନ୍ତୁ!

Terms and Conditions

1. କୁଇଜ୍ ପାଇଁ ପ୍ରବେଶ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ।

2. କୁଇଜ୍ ପାଇଁ ପ୍ରବେଶ କେବଳ ମାଇଗଭ୍ ପ୍ଲାଟଫର୍ମ ମାଧ୍ୟମରେ କରାଯିବ ଏବଂ ଅନ୍ୟ କୌଣସି ଚ୍ୟାନେଲ ଦ୍ୱାରା କରାଯିବ ନାହିଁ।

3. ପ୍ରତିଯୋଗୀ ମାନେ “ଷ୍ଟାର୍ଟ କୁଇଜ୍” ବିକଳ୍ପ ଉପରେ କ୍ଲିକ୍ କଲେ କୁଇଜ୍ ଆରମ୍ଭ ହୋଇଯିବା ।

4. ଏହା ଏକ ସମୟ ଭିତ୍ତିକ କୁଇଜ୍ ଯେଉଁଥିରେ 9ଟି ପ୍ରଶ୍ନର ଉତ୍ତର 250 ସେକେଣ୍ଡରେ ଦେବାକୁ ହେବ ।

5. ସ୍ୱୟଞ୍ଚାଳିତ ପ୍ରକ୍ରିୟା ମାଧ୍ୟମରେ ପ୍ରଶ୍ନ ବ୍ୟାଙ୍କରୁ ଯେକୌଣସି ପ୍ରଶ୍ନ ଚୟନ କରାଯିବ ।

6. କୁଇଜ୍‌ର ପ୍ରତ୍ୟେକ ପ୍ରଶ୍ନ ମଲ୍ଟିପଲ-ଚଏସ୍ ଫର୍ମାଟରେ ରହିବ ଏବଂ ଏଥିରେ କେବଳ ଗୋଟିଏ ସଠିକ୍ ବିକଳ୍ପ  ରହିଥିବ। 

7. ଏଥିରେ ନେଗେଟିଭ୍ ମାର୍କିଂ ରହିବ ନାହିଁ। ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରତିୟୋଗୀଙ୍କୁ ପଡ଼ିବ।

8. କୁଇଜରେ ପ୍ରବେଶ କରିବା ଦ୍ୱାରା, ପ୍ରତିଯୋଗୀ ଉଲ୍ଲିଖିତ ନିୟମ ଓ ସର୍ତ୍ତାବଳୀ ଦ୍ୱାରା ବାଧ୍ୟ ହେବେ ଏବଂ ସ୍ୱୀକୃତି ଦେବେ।

9. ଜଣେ ପ୍ରବେଶକାରୀ କେବଳ ଥରେ ଭାଗ ନେଇପାରିବେ। ସମାନ ପ୍ରବେଶକାରୀଙ୍କ ଏକାଧିକ ଏଣ୍ଟ୍ରିକୁ ବିଚାରକୁ ନିଆଯିବ ନାହିଁ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯିବ।

10. ଏଥିରେ ଆପଣଙ୍କୁ ନିଜର ନାମ, ଇମେଲ୍ ଆଡ୍ରେସ, ଟେଲିଫୋନ୍ ନମ୍ବର ଏବଂ ଡାକ ଠିକଣା ଦେବାକୁ ପଡ଼ିବ। ଆପଣଙ୍କର ଯୋଗାୟୋଗ ବିବରଣୀ ଦାଖଲ କରି, ଆପଣ କୁଇଜ୍ ପାଇଁ ଏବଂ ପ୍ରଚାର ବିଷୟବସ୍ତୁ ଗ୍ରହଣ କରିବା ପାଇଁ ବ୍ୟବହାର କରାଯାଉଥିବା ଏହି ବିବରଣୀଗୁଡ଼ିକ ପାଇଁ ସମ୍ମତି ପ୍ରଦାନ କରିବେ।

11. ସଫଳତା ସହ ସମ୍ପୂର୍ଣ୍ଣ ହେବା ପରେ, ପ୍ରତିଯୋଗୀମାନେ ସେମାନଙ୍କ ଅଂଶଗ୍ରହଣ ଓ ସମାପ୍ତିକୁ ଚିହ୍ନଟ କରି ଏକ ଡିଜିଟାଲ ଅଂଶଗ୍ରହଣ ପ୍ରମାଣପତ୍ର ସ୍ୱୟଞ୍ଚାଳିତ ଭାବେ ଡାଉନ୍‌ଲୋଡ୍ କରିପାରିବେ।

12. ଶ୍ରେଷ୍ଠ 2000 ପ୍ରତିଯୋଗୀଙ୍କୁ ବିଜେତା ଭାବେ ଚୟନ କରାଯିବା ଏବଂ ପ୍ରତ୍ୟେକଙ୍କୁ 1 ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

13. ଘୋଷିତ ବିଜେତାମାନଙ୍କୁ ସେମାନଙ୍କ ମାଇଗଭ୍ ପ୍ରୋଫାଇଲରେ ପୁରସ୍କାର ରାଶି ବିତରଣ ପାଇଁ ବ୍ୟାଙ୍କ ବିବରଣୀ ଅପଡେଟ୍ କରିବାକୁ ପଡିବ। ପୁରସ୍କାର ରାଶି ବିତରଣ ପାଇଁ ମାଇଗଭ୍ ପ୍ରୋଫାଇଲରେ ଥିବା ୟୁଜର ନେମ୍ ବ୍ୟାଙ୍କ ଆକାଉଣ୍ଟରେ ଥିବା ନାମ ସହ ମେଳ ଖାଉଥିବା ଆବଶ୍ୟକ।

14. ମାଇଗଭ୍‌ ପାଖରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ଯେକୌଣସି ମୁହୂର୍ତ୍ତରେ କୁଇଜକୁ ସଂଶୋଧନ ବା ବନ୍ଦ କରିବାର ସମସ୍ତ ଅଧିକାର ରହିଛି। ଏଥିରେ ସନ୍ଦେହ ଦୂର କରିବା ପାଇଁ ଏହି ନିୟମ ଓ ସର୍ତ୍ତାବଳୀକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ସାମିଲ ରହିଛି। 

15. ମାଇଗଭ୍ ପାଖରେ ଯେକୌଣସି ପ୍ରତିଯୋଗୀଙ୍କୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ରହିଛି ଯଦି ସେମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଅଂଶଗ୍ରହଣ କୁଇଜ୍, ମାଇଗଭ୍, କିମ୍ବା ସମ୍ପୃକ୍ତ ଅଂଶୀଦାରମାନଙ୍କୁ କ୍ଷତିକାରକ ଭାବରେ ପ୍ରଭାବିତ କରିପାରେ।  ମାଇଗଭ୍‌କୁ ମିଳିଥିବା ସୂଚନା ଅଗୋଚର, ଅସମ୍ପୂର୍ଣ୍ଣ ହୋଇଥିଲେ ପଞ୍ଜିକରଣକୁ ଅମାନ୍ୟ ବୋଲି ଗ୍ରହଣ କରାଯିବ, ମାଇଗଭ୍ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଏହି କୁଇଜ୍‌ରେ ଅଂଶଗ୍ରହଣ କରିବାରୁ ବଞ୍ଚିତ କରାଯିବ।

16. କୁଇଜ୍ ଉପରେ ମାଇଗଭ୍‌ର ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ ଏବଂ ଏହା ବିଷୟରେ କୌଣସି ପତ୍ର ବିନିମୟ ବ୍ୟବସ୍ଥା କରାଯିବ ନାହିଁ।

17. ପ୍ରତିଯୋଗୀମାନେ ସମସ୍ତ ଅପଡେଟ୍ ପାଇଁ ବିଷୟବସ୍ତୁ ଉପରେ ନିୟମିତ ଯାଞ୍ଚ କରିବା ଆବଶ୍ୟକ।