GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

5 Varsh 1 Sankalp – Nasha Mukt Bharat Abhiyaan Quiz (Odia)

Start Date : 25 Sep 2025, 10:00 am
End Date : 8 Nov 2025, 11:45 pm
Closed
Quiz Closed

About Quiz

ପଦାର୍ଥର ଅପବ୍ୟବହାର, ଅର୍ଥାତ୍ ଡ୍ରଗ୍ସର ଅତ୍ୟଧିକ ଏବଂ ନିଶାକାରୀ ଅଣ-ଡାକ୍ତରୀ ବ୍ୟବହାର, ଗୁରୁତର ସାମାଜିକ, ମାନସିକ ଏବଂ ଶାରୀରିକ ସମସ୍ୟା ସୃଷ୍ଟି କରେ। ଏହା ଏକ ଗମ୍ଭୀର ସାମାଜିକ ସମସ୍ୟା ପାଲଟିଛି, ଯାହା ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟର ଅବକ୍ଷୟର କାରଣ ହେଉଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ (MoSJE), ଡ୍ରଗ୍ସର ଚାହିଦାକୁ ରୋକିବା ପାଇଁ 15 ଅଗଷ୍ଟ 2020ରେ ନଶା ମୁକ୍ତ ଭାରତ ଅଭିଯାନ (NMBA) ଆରମ୍ଭ କରିଥିଲା। ଡ୍ରଗ୍ସର ଚାହିଦା ହ୍ରାସ ପାଇଁ ନୋଡାଲ୍ ମନ୍ତ୍ରଣାଳୟ ଭାବରେ, ଏହା ପ୍ରତିରୋଧ, ମୂଲ୍ୟାଙ୍କନ, ଚିକିତ୍ସା, ପୁନର୍ବାସ, ପରବର୍ତ୍ତୀ ଯତ୍ନ, ଜନ ସୂଚନା ପ୍ରସାର ଏବଂ ସାମୁଦାୟିକ ସଚେତନତା ସମେତ ବିଭିନ୍ନ ପଦକ୍ଷେପକୁ ସମନ୍ୱିତ କରେ। NMBA ପ୍ରାରମ୍ଭିକ ଭାବରେ 272ଟି ଅସୁରକ୍ଷିତ ଜିଲ୍ଲାକୁ ଲକ୍ଷ୍ୟ କରିଥିଲା ଏବଂ ଏହା ଦେଶବ୍ୟାପୀ ସମ୍ପ୍ରସାରିତ ହୋଇ 19+ କୋଟିରୁ ଅଧିକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଛି, ଯେଉଁଥିରେ 06+ କୋଟି ଯୁବପିଢ଼ି, 04+ କୋଟି ମହିଳା ଏବଂ 5.03+ ଲକ୍ଷ ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ। NMBA ଏହାର ଷଷ୍ଠ ବର୍ଷରେ ପ୍ରବେଶ କରୁଥିବାରୁ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ମାଇଁଗଭ୍ ସହଯୋଗରେ ଏକ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରୁଛି। 

 

MoSJE ଏବଂ ମାଇଁଗଭ୍, ନାଗରିକମାନଙ୍କୁ 5 ବର୍ଷ, 1 ସଂକଳ୍ପ – ନିଶା ମୁକ୍ତ ଭାରତ ଅଭିଯାନ କୁଇଜ୍’ରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରୁଛନ୍ତି। କ୍ୱିଜର ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ଇ-ପ୍ରମାଣପତ୍ର ଦ୍ୱାରା ପୁରସ୍କୃତ କରାଯିବ। 

 

ପରିତୋଷ 

‘5 ବର୍ଷ 1 ସଂକଳ୍ପ – ନିଶା ମୁକ୍ତ ଭାରତ ଅଭିଯାନ କୁଇଜ୍ ହେଉଛି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏକ ତିନି-ସ୍ତରୀୟ ଜାତୀୟ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ। ଏହି କୁଇଜରୁ 3,500 ପ୍ରତିଯୋଗୀଙ୍କୁ ବିଭାଗ ଦ୍ୱାରା ଦିଆଯାଇଥିବା ବିଷୟବସ୍ତୁ ଉପରେ ଏକ ପ୍ରବନ୍ଧ ଲେଖିବା ପାଇଁ ଚୟନ କରାଯିବ। ସେମାନଙ୍କ ମଧ୍ୟରୁ 200 ଅଂଶଗ୍ରହଣକାରୀଙ୍କୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ନୂଆଦିଲ୍ଲୀକୁ ଆମନ୍ତ୍ରଣ କରାଯିବ। ଏମାନଙ୍କ ମଧ୍ୟରୁ, ଶ୍ରେଷ୍ଠ 20 ଜଣ ବିଜେତାଙ୍କୁ ଏକ ସୀମାନ୍ତ ପ୍ରତିରକ୍ଷା ଅଞ୍ଚଳକୁ ଏକ ସମ୍ପୂର୍ଣ୍ଣ ପ୍ରାୟୋଜିତ ଶିକ୍ଷାଗତ ଯାତ୍ରା ମିଳିବ। 

Terms and Conditions

1. ଏହି କୁଇଜ୍ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ମାଇଁଗଭ୍ ସହଯୋଗରେ ଆୟୋଜନ କରାଯାଉଛି। 

2. ଯଦିଓ ଏହି କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ, ତେବେ କେବଳ 18-29 ବର୍ଷ ବୟସର ଯୁବପିଢ଼ିଙ୍କୁ ପ୍ରତିଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟ, ଯାହା ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ହେବ, ସେଥିପାଇଁ ଚୟନ କରାଯିବ।

3. ଏହା ଏକ ସମୟ-ସୀମିତ କୁଇଜ୍, ଯେଉଁଥିରେ 20ଟି ପ୍ରଶ୍ନର ଉତ୍ତର 10 ମିନିଟ୍ (600 ସେକେଣ୍ଡ) ମଧ୍ୟରେ ଦେବାକୁ ପଡ଼ିବ। 

4. ଏହି ପ୍ରଶ୍ନଗୁଡ଼ିକ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ପଦାର୍ଥର ଅପବ୍ୟବହାର ଏବଂ ନଶା ମୁକ୍ତ ଭାରତ ଅଭିଯାନ ଉପରେ ଆଧାରିତ ହେବ। 

5. ଅଂଶଗ୍ରହଣକାରୀ “ପ୍ଲେ କୁଇଜ୍” ବଟନ୍‌ ଉପରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହୋଇଯିବ। 

6. ଆପଣଙ୍କୁ ନିଜର ନାମ, ଇମେଲ୍ ଠିକଣା ଏବଂ ଟେଲିଫୋନ୍ ନମ୍ବର ପ୍ରଦାନ କରିବାକୁ ପଡ଼ିବ। ଆପଣଙ୍କ ସମ୍ପର୍କ ବିବରଣୀ ଦାଖଲ କରିବା ଦ୍ୱାରା, ଆପଣ ଏହି ବିବରଣୀଗୁଡ଼ିକୁ କୁଇଜ୍ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସମ୍ମତି ପ୍ରଦାନ କରୁଛନ୍ତି। 

7. ଜଣେ ପ୍ରତିଯୋଗୀ କେବଳ ଥରେ ଅଂଶଗ୍ରହଣ କରିପାରିବେ। 

8. ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ, କୁଇଜ୍‌ ପ୍ରଦର୍ଶନ ଆଧାରରେ 3500 ବ୍ୟକ୍ତିଙ୍କୁ ସର୍ଟଲିଷ୍ଟ କରାଯିବ। ଏହି ସର୍ଟଲିଷ୍ଟ ହୋଇଥିବା ଅଂଶଗ୍ରହଣକାରୀମାନେ ସ୍ୱୟଂଚାଳିତ ଭାବରେ ମାଇଁଗଭ୍ ଇନୋଭେଟ୍ ପ୍ଲାଟଫର୍ମରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତାକୁ ଯିବେ। 

9. କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଥିବା ଅନ୍ୟ କୌଣସି ତ୍ରୁଟି କାରଣରୁ ହଜିଯାଇଥିବା, ବିଳମ୍ବରେ ପହଞ୍ଚିଥିବା, ଅସମ୍ପୂର୍ଣ୍ଣ କିମ୍ବା ପ୍ରସାରିତ ହୋଇନଥିବା ଏଣ୍ଟ୍ରିଗୁଡ଼ିକ ପାଇଁ ଆୟୋଜକମାନେ କୌଣସି ଦାୟିତ୍ୱ ଗ୍ରହଣ କରିବେ ନାହିଁ।  

10. କୌଣସି ଅପ୍ରତ୍ୟାଶିତ ପରିସ୍ଥିତିରେ, ଆୟୋଜକମାନେ ଯେକୌଣସି ସମୟରେ କ୍ୱିଜକୁ ସଂଶୋଧନ କରିବାର କିମ୍ବା ପ୍ରତ୍ୟାହାର କରିବାର ଅଧିକାର ସଂରକ୍ଷିତ ରଖନ୍ତି। ସନ୍ଦେହରୁ ଦୂରେଇ ରହିବା ପାଇଁ, ଏଥିରେ ଏହି ନିୟମ ଓ ସର୍ତ୍ତାବଳୀକୁ ସଂଶୋଧନ କରିବାର ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ। 

11. ପ୍ରତିଯୋଗୀ ସମୟ ସମୟରେ କୁଇଜ୍‌ରେ ଭାଗ ନେବାର ସମସ୍ତ ନୀତି ନିୟମ ପାଳନ କରିବେ । 

12. ଯଦି ଆୟୋଜକମାନେ କୌଣସି ଅଂଶଗ୍ରହଣକାରୀଙ୍କ ଅଂଶଗ୍ରହଣ ବା ସମ୍ପୃକ୍ତିକୁ କୁଇଜ୍‌ କିମ୍ବା ଆୟୋଜକ ବା କ୍ୱିଜର ଅଂଶୀଦାରଙ୍କ ପାଇଁ କ୍ଷତିକାରକ ମନେ କରନ୍ତି, ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାର କିମ୍ବା ତାଙ୍କ ଅଂଶଗ୍ରହଣକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ସଂରକ୍ଷିତ ରଖନ୍ତି। ଯଦି ଆୟୋଜକଙ୍କ ଦ୍ୱାରା ପ୍ରାପ୍ତ ସୂଚନା ଅସ୍ପଷ୍ଟ, ଅସମ୍ପୂର୍ଣ୍ଣ, କ୍ଷତିଗ୍ରସ୍ତ, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହୁଏ, ତେବେ ପଞ୍ଜୀକରଣକୁ ଅବୈଧ ବୋଲି ଧରାଯିବ। 

13. କୁଇଜ୍‌ ସମ୍ବନ୍ଧରେ ଆୟୋଜକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ, ଏବଂ ଏହି ବିଷୟରେ କୌଣସି ପତ୍ରାଳାପ କରାଯିବ ନାହିଁ। 

14. ଏହି ସର୍ତ୍ତ ଓ ନିୟମବଳୀ ଭାରତୀୟ ନ୍ୟାୟପାଳିକାର ଆଇନ ଦ୍ୱାରା ନିୟନ୍ତ୍ରିତ ହେବ । 

15. କୁଇଜ୍‌ରେ ଅଂଶଗ୍ରହଣ କରିବା ଦ୍ୱାରା, ଅଂଶଗ୍ରହଣକାରୀ ଉପରୋକ୍ତ ନିୟମ ଓ ସର୍ତ୍ତାବଳୀ ଦ୍ୱାରା ବାଧ୍ୟ ହେବାକୁ ଗ୍ରହଣ କରନ୍ତି ଏବଂ ସହମତ ହୁଅନ୍ତି।