GOVERNMENT OF INDIA
Accessibility
Accessibility Tools
Color Adjustment
Text Size
Navigation Adjustment
Screen Reader iconScreen Reader

Viksit Bharat Quiz 2026 (Odia)

Start Date : 9 Jun 2026, 12:00 pm
End Date : 30 Jun 2026, 11:45 pm
Closed
Quiz Banner
  • 10 Questions
  • 300 Seconds
Login to Play Quiz

About Quiz

ଭାରତର ବିକାଶ ଯାତ୍ରାର 12 ବର୍ଷ ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ପାଳନ କରିବା ପାଇଁ ମାଇଁଗଭ୍ ସାରା ଦେଶର ନାଗରିକମାନଙ୍କୁ ବିକଶିତ ଭାରତ କୁଇଜ୍ 2026 ରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରୁଛି।

ଏହି ଆକର୍ଷଣୀୟ ପଦକ୍ଷେପ ପ୍ରତିଯୋଗୀମାନଙ୍କୁ ଗତ 12 ବର୍ଷ ମଧ୍ୟରେ ଭାରତର ପ୍ରଗତି ଏବଂ ସଫଳତା ବିଷୟରେ ଜାଣିବାକୁ ଏକ ସୁଯୋଗ ପ୍ରଦାନ କରୁଛି। ଏହି କୁଇଜ୍‌ରେ ଭିତ୍ତିଭୂମି, ଡିଜିଟାଲ୍ ରୂପାନ୍ତର, ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତୀକରଣ, ସମାଜ କଲ୍ୟାଣ, ନବସୃଜନ ଏବଂ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଭଳି କ୍ଷେତ୍ରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବିକାଶକୁ ସାମିଲ କରାଯିବ।

ଏହି କୁଇଜ୍‌ର ଉଦ୍ଦେଶ୍ୟ ହେଉଛି ସଚେତନତା ବୃଦ୍ଧି କରିବା, ନାଗରିକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ଏକ ସୁଦୃଢ଼, ସର୍ବସମାବେଶୀ ତଥା ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତ ଗଠନ କରୁଥିବା ସାମୂହିକ ପ୍ରୟାସକୁ ଉଦଯାପନ କରିବା।

 

ପୁରସ୍କାର – 

ଏହି କୁଇଜ୍‌ର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ₹51,000/- ର ନଗଦ ପୁରସ୍କାର ପ୍ରଦାନ କରାଯିବ।

ଦ୍ୱିତୀୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ₹31,000/- ର ନଗଦ ପୁରସ୍କାର ପ୍ରଦାନ କରାଯିବ।

ତୃତୀୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ₹21,000/- ର ନଗଦ ପୁରସ୍କାର ପ୍ରଦାନ କରାଯିବ।

ପରବର୍ତ୍ତୀ ଶ୍ରେଷ୍ଠ 50 ଜଣ ପ୍ରତିଯୋଗୀଙ୍କୁ ପ୍ରତ୍ୟେକେ ₹4,000/- ର ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ।

ଏହାବ୍ୟତୀତ, ପରବର୍ତ୍ତୀ ଶ୍ରେଷ୍ଠ 100 ଜଣ ପ୍ରତିଯୋଗୀଙ୍କୁ ପ୍ରତ୍ୟେକେ ₹3,000/- ର ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ।

ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣର ଏକ ଡିଜିଟାଲ୍ ମାନପତ୍ର ପ୍ରଦାନ କରାଯିବ।

 

Terms and Conditions

1. ଏହି କୁଇଜ୍ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। 

2. ପ୍ରତିଯୋଗୀ ‘ପ୍ଲେ କୁଇଜ୍’ ଉପରେ କ୍ଲିକ୍ କରିବା ମାତ୍ରେ କୁଇଜ୍ ଆରମ୍ଭ ହେବ। 

3. କୁଇଜ୍ ଆୟୋଜକଙ୍କ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ ଥିବା କର୍ମଚାରୀମାନେ ଏହି କୁଇଜରେ ଭାଗ ନେବାକୁ ଯୋଗ୍ୟ ନୁହଁନ୍ତି। ଏହି ଅଯୋଗ୍ୟତା ସେମାନଙ୍କର ନିକଟତମ ପରିବାରର ସଦସ୍ୟମାନଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ ଅଟେ । 

4. ବିଜେତା ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରତିଯୋଗୀଙ୍କ ମାଇଁଗଭ୍ ପ୍ରୋଫାଇଲ୍ ଅପଡେଟ୍ ଓ ସଠିକ୍ ହୋଇଥିବା ବାଧ୍ୟତାମୂଳକ ଅଟେ। 

5. ଏହା ଏକ ସମୟବଦ୍ଧ କୁଇଜ୍: ପ୍ରତିଯୋଗୀଙ୍କୁ 10ଟି ପ୍ରଶ୍ନର ଉତ୍ତର ଦେବାକୁ 300 ସେକେଣ୍ଡ ସମୟ ମିଳିବ। 

6. ଜଣେ ପ୍ରତିଯୋଗୀ କେବଳ ଥରେ ମାତ୍ର କୁଇଜ୍ ଖେଳିପାରିବେ। ଜଣେ ପ୍ରତିଯୋଗୀଙ୍କ ପକ୍ରୁଷ ଏକାଧିକ ଏଣ୍ଟ୍ରି ମିଳିଲେ ତାଙ୍କୁ କୁଇଜ୍‌ରୁ ଅଯୋଗ୍ୟ ଘୋଷଣା କରାଯିବ। 

7. ଏହି କୁଇଜ୍ ଜିତିବାର ମାନଦଣ୍ଡ ହେଉଛି 300 ସେକେଣ୍ଡ ମଧ୍ୟରେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବା।.

8. ନିରପେକ୍ଷତା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସିଷ୍ଟମ୍-ଜେନେରେଟେଡ୍ ରାଣ୍ଡମାଇଜେସନ୍ ପଦ୍ଧତି ମାଧ୍ୟମରେ ବିଜେତାମାନଙ୍କୁ ଚୟନ କରାଯିବ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ କୁଇଜ୍ ଜିତିବାର ମାନଦଣ୍ଡ ପୂରଣ କରୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ଯୋଗ୍ୟ ଏଣ୍ଟ୍ରିର ଏକ କେନ୍ଦ୍ରୀକୃତ ପୁଲରେ ସାମିଲ କରାଯିବ। ବିଜେତାମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଏକ ସ୍ୱୟଂଚାଳିତ ରାଣ୍ଡମ୍ ଚୟନ ପ୍ରକ୍ରିୟା ମାଧ୍ୟମରେ ବଛାଯିବ। 

9. ପ୍ରତିଯୋଗୀମାନେ ଯେକୌଣସି ସଂଶୋଧନ କିମ୍ବା ପରବର୍ତ୍ତୀ ଅପଡେଟକୁ ମିଶାଇ କୁଇଜ୍ ପ୍ରତିଯୋଗିତାର ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ମାନିବାକୁ ବାଧ୍ୟ ରହିବେ। 

10. ନିରପେକ୍ଷତା ଏବଂ ସମାନ ସୁଯୋଗ ବଜାୟ ରଖିବା ଉଦ୍ଦେଶ୍ୟରେ, ଗୋଟିଏ ପରିବାରରୁ କେବଳ ଜଣେ ସଦସ୍ୟଙ୍କୁ ବିଜେତା ସର୍ଟଲିଷ୍ଟ ପାଇଁ ବିଚାରକୁ ନିଆଯିବ।

11. କୁଇଜ୍‌ରେ ଅଂଶଗ୍ରହଣ ସମୟରେ ଅନ୍ୟର ପରିଚୟ ବ୍ୟବହାର କରିବା, ଏକାଧିକ ଥର ଭାଗ ନେବା ଇତ୍ୟାଦି ସମେତ କୌଣସି ଅନୁଚିତ/ଜାଲ୍ ଉପାୟ ବା ଅସଦାଚରଣର ପ୍ରୟୋଗ ଧରାପଡ଼ିଲେ ବା ଦୃଷ୍ଟିଗୋଚର ହେଲେ, ଉକ୍ତ ଅଂଶଗ୍ରହଣକୁ ସମ୍ପୂର୍ଣ୍ଣ ରୂପେ ବାତିଲ୍ ଓ ନାକଚ କରିଦିଆଯିବ। ଏହି ପରିପ୍ରେକ୍ଷୀରେ କୁଇଜ୍ ପ୍ରତିଯୋଗିତାର ଆୟୋଜକମାନଙ୍କର ସମ୍ପୂର୍ଣ୍ଣ ଅଧିକାର ସଂରକ୍ଷିତ ରହିବ। 

12. ବିଜେତା ତାଲିକା blog.mygov.in ରେ ଘୋଷଣା କରାଯିବ ଏବଂ ସରକାରୀ ଯୋଗାଯୋଗ ମାଧ୍ୟମରେ ବିଜେତାମାନଙ୍କୁ କାର୍ଯ୍ୟକ୍ରମର ଅଧିକ ବିବରଣୀ ପ୍ରଦାନ କରାଯିବ। କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଲେ, ଆୟୋଜକମାନେ ଯେକୌଣସି ସମୟରେ ପ୍ରତିଯୋଗିତାର ନିୟମ ଓ ସର୍ତ୍ତାବଳୀରେ ସଂଶୋଧନ କରିବାର କିମ୍ବା ଆବଶ୍ୟକ ହେଲେ ପ୍ରତିଯୋଗିତାକୁ ବାତିଲ୍ କରିବାର ଅଧିକାର ସଂରକ୍ଷିତ ରଖିଛନ୍ତି। 

13. ହଜିଯାଇଥିବା, ବିଳମ୍ବ ହୋଇଥିବା କିମ୍ବା ଅସମ୍ପୂର୍ଣ୍ଣ ଥିବା ଏଣ୍ଟ୍ରି ପାଇଁ ଅଥବା କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ନିୟନ୍ତ୍ରଣ ବାହାରେ ଥିବା ଅନ୍ୟ କୌଣସି ତ୍ରୁଟି ଯୋଗୁଁ ସଫଳତାର ସହ ପଠାଯାଇପାରିନଥିବା ଏଣ୍ଟ୍ରି ପାଇଁ ଆୟୋଜକମାନେ କୌଣସି ଦାୟିତ୍ୱ ନେବେ ନାହିଁ। 

14. ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ତାହା ଗ୍ରହଣ କରାଯିବାର ପ୍ରମାଣ ନୁହେଁ। 

15. ସମସ୍ତ ବିବାଦ/ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ନ୍ୟାୟାଧିକାର ଅଧୀନରେ ବିଚାରଯୋଗ୍ୟ ହେବ। ଏଥିପାଇଁ ହେଉଥିବା ଖର୍ଚ୍ଚ ଦଳଗୁଡ଼ିକ ନିଜେ ବହନ କରିବେ 

16. ନିମ୍ନଲିଖିତ ନିୟମ ଓ ସର୍ତ୍ତାବଳୀଗୁଡ଼ିକ ଏଣିକି ଭାରତୀୟ ଆଇନ ଏବଂ ଭାରତୀୟ ବିଚାର ବ୍ୟବସ୍ଥାର ନିଷ୍ପତ୍ତି ଅନୁଯାୟୀ ପରିଚାଳିତ ହେବ।